ଅପରାଧ

ବନ୍ଧୁକ ଦେଖାଇ ସ୍ତ୍ରୀକୁ ଛଡ଼ାଇ ନେଲେ: ସ୍ବାମୀ ଥାନାର ଦ୍ବାରସ୍ଥ – bajravana

[ad_1]

ଚାନ୍ଦୋଳ: ଡେରାବିଶ ଥାନା ଅଧୀନ ପଲେଇ ପଞ୍ଚାୟତ ଅନ୍ତର୍ଗତ ବିଶୋକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଅଭିମନ୍ୟୁ ଲେଙ୍କାଙ୍କ ପତ୍ନୀଙ୍କୁ ତାଙ୍କ ବାପଘର ଲୋକେ ବନ୍ଧୁକ ଦେଖାଇ ଉଠାଇ ନେଇଥିବା ଅଭି‌ଯୋଗ ହୋଇଛି। ଅଭିମନ୍ୟୁ ଏ ନେଇ ଡେରାବିଶ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିମନ୍ୟୁ ଭୁବନେଶ୍ବର ପାଣ୍ତରା ଅଞ୍ଚଳର ଆୟେଶା ପଟ୍ଟନାୟକଙ୍କୁ ଗତ ନଭେମ୍ବର ମାସ ୯ ତାରିଖ ଦିନ ରେଜିଷ୍ଟ୍ରି ବିବାହ କରି ଫେରାରଥିଲେ। ଆୟେଶାଙ୍କ ବାପା ଗୌତମ ପଟ୍ଟନାୟକ ଓ ଅଭିମନ୍ୟୁଙ୍କ ବାପା ବିଜୟ ଲେଙ୍କା ସେମାନଙ୍କ ଝିଅ ଓ ପୁଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ହେଲେ ସାବାଳକ ଥିବାରୁ ଅଭିମନ୍ୟୁ ଓ ଆୟେଶା ଥାନାରେ ପହଞ୍ଚି ପରସ୍ପରକୁ ଭଲପାଇ ବିବାହ କରିଛନ୍ତି ବୋଲି କହିଥିଲେ। ସେବେଠାରୁ ଦୁହେଁ ଅଭିମନ୍ୟୁଙ୍କ ମାମୁଘର ଏହି ଥାନା ଅନ୍ତର୍ଗତ ବିଶୋକ ଗ୍ରାମରେ ରହି ଆସୁଥିଲେ। ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ଗତ ନଭେମ୍ବର ୨୩ ତାରିଖରେ ଆୟେଶାଙ୍କ ବାପା ୭/୮ଜଣ ଗୁଣ୍ତାଙ୍କୁ ସାଙ୍ଗରେ ଆଣି ବିଶୋକ ଗ୍ରାମରେ ପହଞ୍ଚି ଥିଲେ। ସେମାନେ ବନ୍ଧୁକ ଦେଖାଇ ଆୟେଶାଙ୍କୁ ନେଇଯିବା ସହ ତାଙ୍କର ମୋବାଇଲ୍ ଫୋନ୍‌ ମଧ୍ୟ ନେଇଯାଇଥିବା ଅଭିମନ୍ୟୁ ଏତଲାରେ ଦର୍ଶାଇଛନ୍ତି। ଡେରାବିଶ ପୁଲିସ୍‌ ଏ ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ କିଶୋର ଚନ୍ଦ୍ର ତରାଇ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button