ଖେଳ ଖବର

ପ୍ରଥମ ଟି-୨୦ : ଇଂଗଲିସଙ୍କ ଶତକ, ଭାରତ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ – bajravana

[ad_1]

ବିଶାଖାପାଟଣା : ବିଶାଖାପାଟଣାଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା  ଆରମ୍ଭ କରିଥିଲା । ତେବେ ମାଥ୍ୟୁ ସର୍ଟ ମାତ୍ର ୧୩ ରନ କରି ଆଉଟ ହେବା ପରେ ଆସିଥିଲେ ଜସ୍ ଇଂଗଲିସ୍ । ଷ୍ଟିଭେନ ସ୍ମିଥଙ୍କ ସହ ମିଶି ସେ ବିସ୍ଫୋରକ ବ୍ୟାଟିଂ କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଇଂଗଲିସ୍ ମାତ୍ର ୫୦ଟି ବଲରୁ ୧୧୦ ରନ ସଂଗ୍ରହ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ । ସ୍ମିଥ ୪୧ଟି ବଲ ଖେଳି ୫୨ରନ କରିଥିଲେ । ଟିମ୍ ଡେଭିଡ୍ ୧୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୮ ରନ କରିଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button