ଦେଶ ବିଦେଶ

୫୦% କମିଲା LIC ଲାଭ – bajravana

[ad_1]

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ସାର୍ବଜନୀନ କ୍ଷେତ୍ରର ସବୁଠୁ ବଡ଼ ବୀମା କମ୍ପାନି ଭାରତୀୟ ଜୀବନ ବିମା ନିଗମ (ଏଲଆଇସି)ର ନେଟ୍ ପ୍ରଫିଟ୍ ୫୦ ପ୍ରତିଶତ କମି ୭,୯୨୫ କୋଟି ଟଙ୍କାରେ ରହିଛି । ଦେଶର ସବୁଠୁ ବଡ଼ ବୀମା କମ୍ପାନିର ଗତ ବର୍ଷ ସମାନ ତ୍ରୈମାସରେ ଲାଭ ୧୫,୯୫୨ କୋଟି ଟଙ୍କା ଥିଲା ।

ସେୟାର ବଜାରକୁ ଦେଇଥିବା ସୂଚନାରେ ଏଲଆଇସି କହିଛି ଯେ ଏହାର ନେଟ୍ ପ୍ରିମିୟମ୍ ଆୟ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ୱର ତ୍ରୈମାସରେ କମି ୧,୦୭,୩୯୭ କୋଟି ଟଙ୍କା ହୋଇଛି । ଗତ ବର୍ଷ ସମାନ ଅବିଧରେ ୧,୩୨,୬୩୧.୭୨ କୋଟି ଟଙ୍କା ଥିଲା । କମ୍ପାନିର ମୋଟ ଆୟ ସେପ୍ଟେମ୍ୱର ତ୍ରୈମାସରେ କମି ୨,୦୧,୫୮୭ କୋଟି ଟଙ୍କା ହୋଇଛି । ୨୦୨୨ ସେପ୍ଟେମ୍ୱର ତ୍ରୈମାସରେ ୨,୨୨,୨୧୫ କୋଟି ଟଙ୍କା ଥିଲା ।

ସେପ୍ଟେମ୍ୱର ୨୦୨୩ ତ୍ରୈମାସରେ ଏଆଇସିର ସଲଭେନ୍ସି ମାର୍ଜିନ୍ ବଢି ୧.୯୦ ପ୍ରତିଶତ ହୋଇଛି । ଗୋଟିଏ ବର୍ଷ ପୂର୍ବେ ଏହି ତ୍ରୈମାସରେ ୧.୮୮ ପ୍ରତିଶତ ଥିଲା । ସଲଭେନ୍ସି ମାର୍ଜିନ୍ ସେହି ଅତିରିକ୍ତ ପୁଞ୍ଜି ଯାହାକୁ କମ୍ପାନି ସମ୍ଭାବିତ ପୈଠ ରାଶି ବାହାରେ ନିଜ ପାଖରେ ରଖିବାକୁ ପଡ଼ିଥାଏ । ତେବେ ଏନପିଏ ଅନୁପାତ କମ ହୋଇ ୨.୪୩ ପ୍ରତିଶତ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୫.୬୦ ପ୍ରତିଶତ ଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button