ଦେଶ ବିଦେଶ

ମୁମ୍ବାଇରେ ସିରିଜ୍ ଦୁର୍ଘଟଣା : ୩ ମୃତ, ଅନେକ ଆହତ – bajravana

[ad_1]

ନୂଆଦିଲ୍ଲୀ, ୧୦/୧୧ : ମୁମ୍ବାଇରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା କାର ଟୋଲ ପ୍ଲାଜାରେ ପାର୍କ ହୋଇଥିବା ୬ ଟି ଗାଡିକୁକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡି ଗୁଡିକ ଖଣ୍ଡ ଖଣ୍ଡ ହୋଇଯାଇଥିଲା। କାରଟି ୱର୍ଲିରୁ ବାନ୍ଦ୍ରା ଆଡକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଅନ୍ୟ ୫ଜଣଙ୍କୁ ଭାବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ଆହତମାନଙ୍କ ମଧ୍ୟରେ ଇନୋଭା କାରର ଡ୍ରାଇଭର ମଧ୍ୟ ଅଛନ୍ତି। ବର୍ତ୍ତମାନ ଏହି ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button