news

ହସ୍ତାକ୍ଷରରୁ ଜାଣନ୍ତୁ ବ୍ୟକ୍ତିତ୍ୱ

Image result for handwritingସାଧାରଣତଃ ଦୁନିଆରେ ସମସ୍ତଙ୍କ ହସ୍ତାକ୍ଷର ଭିନ୍ନ ଭିନ୍ନ ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଙ୍କ ହସ୍ତାକ୍ଷରକୁ ଦେଖି ତାଙ୍କ ସ୍ୱଭାବ ବିଷୟରେ ଜାଣିହେବ। ଏଥିସହିତ ହସ୍ତାକ୍ଷରରୁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ଜାଣିହେବ। ତେବେ ଚାଲନ୍ତୁ ଜାଣିବା ହସ୍ତାକ୍ଷର ଦେଖି କିପରି ବ୍ୟକ୍ତିତ୍ୱ ବିଷୟରେ ଜାଣିବା –

– ଯେଉଁ ବ୍ୟକ୍ତି ଅକ୍ଷରକୁ ଲଗାଇ ଲଗାଇ ଲେଖିଥା’ନ୍ତି ଅର୍ଥାତ୍‍ ଅକ୍ଷର ମଧ୍ୟରେ ଫାଙ୍କା ସ୍ଥାନ ନଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି କୃପଣ ହୋଇଥା’ନ୍ତି। ଟଙ୍କା ଖର୍ଚ୍ଚ କରିବା ପାଇଁ ଏହି ପ୍ରବୃତ୍ତିର ବ୍ୟକ୍ତି ଇଚ୍ଛାପ୍ରକାଶ କରି ନଥା’ନ୍ତି।

– ଏହା ବ୍ୟତୀତ ଯେଉଁମାନେ ନିଜ ହସ୍ତାକ୍ଷର ବିସ୍ତାର ଭାବରେ କରିଥା’ନ୍ତି, ସେମାନେ ଅଧିକ ଦେଖାଣିଆ ସ୍ୱଭାବର ବ୍ୟକ୍ତି ହୋଇଥା’ନ୍ତି। ଏହି ବର୍ଗର ବ୍ୟକ୍ତି ସୌଖୀନ ଜୀବନଶୈଳୀକୁ ଅଧିକ ପସନ୍ଦ କରିଥା’ନ୍ତି ଏବଂ ହାତ ଖୋଲି ଖର୍ଚ୍ଚ କରିଥା’ନ୍ତି।

– ସେହିପରି ଯେଉଁମାନଙ୍କର ଗୋଟିଏ ହସ୍ତାକ୍ଷର ସିଧା ଏବଂ ଗୋଟିଏ ସରଳରେଖା ବିଶିଷ୍ଟ ହୋଇଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିଥାଏ। ଏହା ସହିତ ଏହି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ଥାଏ।

– କିଛି ଲୋକଙ୍କ ହସ୍ତାକ୍ଷର ତଳୁ ଉପର ଆଡ଼କୁ ହୋଇଥାଏ। ଶାସ୍ତ୍ର ଅନୁସାରେ ଏହି ବର୍ଗର ବ୍ୟକ୍ତି ଧାର୍ମିକ ପ୍ରବୃତ୍ତିର ହୋଇଥା’ନ୍ତି। ଧର୍ମ ସହିତ ଜଡ଼ିତ ଥିବା କାର୍ୟ୍ୟରେ ଏମାନଙ୍କ ମନ ଲାଗିଥାଏ। ଏହା ସହିତ ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ଥାଏ। ଆବଶ୍ୟକ ଅନୁସାରେ ଏହି ବ୍ୟକ୍ତିମାନେ ଧନ ଖର୍ଚ୍ଚ କରିଥା’ନ୍ତି।

– ସେହିପରି କିଛି ଲୋକଙ୍କ ହସ୍ତାକ୍ଷର ଉପର ଆଡୁ ତଳକୁ ହୋଇଥାଏ, ଏପରି ବ୍ୟକ୍ତି ନକରାତ୍ମକ ସ୍ୱଭାବର ହୋଇଥା’ନ୍ତି। ଏମାନଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିଥାଏ।

– ଅନ୍ୟ କିଛି ଲୋକଙ୍କ ହସ୍ତାକ୍ଷରରେ ପ୍ରଥମ ଅକ୍ଷର ବଡ଼ ଏବଂ ଅନ୍ୟ ସମସ୍ତ ଅକ୍ଷର ଛୋଟ ହୋଇଥାଏ। ଏହି ପ୍ରକାର ବ୍ୟକ୍ତି ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିଥା’ନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button