ଓଡିଶା

ଘରୋଇ ବସ୍‌ ଧର୍ମଘଟ ପ୍ରସଙ୍ଗ: ସଂଘ ସମ୍ପାଦକ କହିଲେ- ୩୧ ଯାଏଁ ଧର୍ମଘଟ ସ୍ଥଗିତ ଅଛି, ପ୍ରତ୍ୟାହୃତ ହୋଇନି – bajravana

[ad_1]

ଭୁବନେଶ୍ବର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଆହୁରି ସହଜ କରିବା ପାଇଁ ‘ଲକ୍ଷ୍ମୀ ବସ୍‌’ ଶୁଭାରମ୍ଭ କରିଥିବା ବେଳେ ଘରୋଇ ବସ୍‌ ମାଲିକ ସଂଘ  ନିଜର ଦାବି ରଖିଛି। ଗତ ୨୦ ତାରିଖ ଦିନ ଘରୋଇ ବସ୍‌ ମାଲିକ ସଂଘ ପ୍ରାୟ ୧୫ ଘଣ୍ଟା ଯାଏଁ ଯାତ୍ରୀବାହୀ ବସ୍‌ ଧର୍ମଘଟ ରଖିଥିଲା। ସେହିଦିନ ସନ୍ଧ୍ୟାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବହନ ବିଭାଗ ସହିତ ଆଲୋଚନା ପରେ ସଂଘ ଆଗାମୀ ୩୧ ତାରିଖ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଥିଲା। ଏନେଇ ଆଜି ପରିବହନ ବିଭାଗ ଓ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ମଧ୍ୟରେ ଆଲୋଚନା ହୋଇଥିଲା। ଆଜି ଅପରାହ୍‌ଣରେ ଖାରବେଳ ଭବନରେ ଅନୁଷ୍ଠିତ ବୈଠକ ପରେ ଘରୋଇ ବସ୍‌ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଆଲୋଚନା ସଫଳ ହୋଇନି କି ବିଫଳ ମଧ୍ୟ କୁହାଯାଇପାରିବ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଧର୍ମଘଟ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ଅଛି। କିନ୍ତୁ ଧର୍ମଘଟ ପ୍ରତ୍ୟାହୃତ ହୋଇନାହିଁ। ଆମେ ସରକାରଙ୍କୁ ଆମ ଦାବି ସଂପର୍କରେ ଜଣାଇଛି। ଆଗାମୀ ଦିନରେ ବସ୍‌ ଧର୍ମଘଟ ହେବ କି ନାହିଁ, ତାହା ସରକାରଙ୍କ କାର୍ଯ୍ୟପନ୍ଥା ଏବଂ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ସଂଘର ସାଧାରଣ ବୈଠକ ପରେ ନିଷ୍ପତ୍ତି ହେବ। ଆମେ ସରକାରଙ୍କୁ ଆମର ରୁଟ୍‌ ଚାର୍ଟ ଦେଇଛୁ ଏବଂ ସରକାରଙ୍କ ରିଜୋଲ୍ୟୁସନକୁ ଅପେକ୍ଷା କରିଛୁ।

ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ପୂର୍ବରୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ସଫଳ ହୋଇଛି। କୌଣସି ଧର୍ମଘଟ ହେବନି। ବସ୍ ଚଳାଚଳ ସ୍ବାଭାବିକ ରହିବ। ତାଙ୍କର ଦାବିଗୁଡ଼ିକୁ ଘରୋଇ ବସ୍ ମାଲିକ ସଂଘ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ। ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ବିଚାର କରିବ ପରିବହନ କମିଟି। ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବା ସହ ମୋ ବସ୍‌କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ପୂର୍ବରୁ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ କହିଥିଲା। ଗତ ୧୭ ତାରିଖରେ ବସ୍‌ ଧର୍ମଘଟ ହେବାକୁ ଥିବାରୁ ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଅବଶ୍ୟ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ନିବେଦନକ୍ରମେ ଧର୍ମଘଟରୁ ଓହରିଥିଲା ବସ୍ ମାଲିକ ସଂଘ । ଘରୋଇ ସେହି ଦିନ ରାତିରୁ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button