ଅପରାଧ

ପ୍ରେମିକ ସହ ପୁଅକୁ ନେଇ ସ୍ତ୍ରୀ ରହୁଥିବାରୁ ଟ୍ରକ ଚଢ଼ାଇ ଦେଲେ ସ୍ବାମୀ – bajravana

[ad_1]

ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ପୁଅ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଘଟଣାସ୍ଥଳରେ ଅଭିଯୁକ୍ତ ପୁଅର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସ୍ଥାନୀୟଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପୁଅ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେ‌ଳେ ଟ୍ରକ ଚାଳକ ବାପାଙ୍କୁ ଗିରଫ କରିଥିଲା। ଗିରଫ ପରେ ଚାଳକ ପ୍ରବୀଣ ଦାଫଦାଙ୍କ ବିରୋଧରେ ଧାରା ୩୦୨ ଆଧାରରେ ମାମଲା ରୁଜୁ କରିଛି ପୁଲିସ।

ଏହି ଘଟଣା ଗୁଜୁରାଟର ରାଜକୋଟର ଅଜି ବାନ୍ଧ ଥାନାରେ ଘଟିଛି। ଏଠାରେ ପାରୁଲବେନ ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ତାଙ୍କର ପ୍ରେମିକଙ୍କ ସହିତ ବସବାସ କରୁଥିଲେ। ତାଙ୍କ ସହିତ ପୁଅକୁ ବି ନିଜ ପାଖରେ ରଖିଥିଲେ। ଏହି ଘଟଣାକୁ ନେଇ ସ୍ବାମୀଙ୍କୁ ବହୁତ ବାଧିଥିଲା। ପାରୁଲବେନଙ୍କ ଏଭଳି ପଦକ୍ଷେପରେ ସ୍ବ‌ାମୀ ଅସନ୍ତୋଷ ଥିଲେ।।

ଏଭଳି ସମୟରେ ପାରୁଲବେନଙ୍କ ସ୍ବାମୀ ରାସ୍ତାରେ ତାଙ୍କ ସ୍ତ୍ରୀ ପ୍ରେମିକ ଓ ପୁଅ ସହ ବସି ବାଇକରେ ଯାଉଥିବା ଦେଖିବାକୁ ପାଇଥିଲେ। ଏଦୃଶ୍ୟ ଦେଖି ସେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ପାରି ନଥିଲେ। ଟ୍ରକ ଚଲାଉଥିବା ବେଳେ ସ୍ତ୍ରୀ ଯେଉଁ ବାଇକରେ ବସି ଯାଉଥିଲେ ତା’ ଉପରେ ଚଢ଼ାଇ ଦେଇଥିଲେ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଟ୍ରକ ଚାଳକ ପ୍ରବୀଣ ଦାଫଦାଙ୍କ ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଓ ତାଙ୍କ ପ୍ରେମିକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟଲୋକେ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଗୁରୁତର ଆହତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button