ଅପରାଧ

ବିଚ୍ ରାସ୍ତାରେ ବିଜନେସ ପାର୍ଟନରଙ୍କୁ ପିଟିଲେ ଯୁବକ – bajravana

[ad_1]

ଅହମଦାବାଦ: ବିଚ୍ ରାସ୍ତାରେ ବିଜନେସ ପାର୍ଟନରଙ୍କୁ ପିଟିଲେ ଯୁବକ। ଗୁଜରାଟର ଅହମଦାବାଦରେ ଘଟିଛି ଏଭଳି ଘଟଣା। ଜଣେ ସ୍ପା ସେଣ୍ଟରର ମାଲିକ ଏଭଳି କରିଥିବା ଜଣାପଡ଼ିଛି। ସ୍ପା ବାହାରେ ଅଭିଯୁକ୍ତ ୨୪ବର୍ଷୀୟା ଯୁବତୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ, ଯାହା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ପରେ ଭିଡିଓଟି ସୋସିଆଲ ମିଡିଆରେ ସେୟାର କରାଯିବାରୁ ଘଟଣାଟି ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସେପ୍ଟେମ୍ବର ୨୫ରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତଙ୍କ ନାମ ମୋହସିନ୍ ହୁସେନ୍ ରଙ୍ଗ୍ରେଜ୍ ହୋଇଥିବା ବେଳେ ଗୁଜରାଟ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ମୁତାବକ, ସେପ୍ଟେମ୍ବର ୨୫ରେ ଏହି ଘଟଣା ଘଟିଥିବା ବେଳେ ସେପ୍ଟେମ୍ବର ୨୭ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ପୁଲିସ। ମୋହସିନ୍ ଗାଲାକ୍ସି ସ୍ପାର ମାଲିକ ହୋଇଥିବା ବେଳେ ପୀଡ଼ିତା ତାଙ୍କର ବିଜନେସ ପାର୍ଟନର ଥିଲେ। ଭାଇରାଲ ହେଉଥିବା ୪ମିନିଟର ଭିଡିଓରେ ଦେଖାଯାଇଥିଲା ଯେ, ମୋହସିନ୍ ପୀଡ଼ିତାଙ୍କୁ ରାସ୍ତାରେ ମାଡ଼ ମାରିବା ସହ ତାଙ୍କ ପୋଷାକ ଫାଡି ଦେଉଛନ୍ତି।ପୀଡ଼ିତା ଏହି ଘଟଣାର ଅଭିଯୋଗ କରିନଥିବା ବେଳେ ପୁଲିସ ଭାଇରାଲ ଭିଡିଓ ଦେଖି କିଛି ସାମାଜିକ କର୍ମୀଙ୍କ ସହାୟତାରେ ପୀଡ଼ିତାଙ୍କ ପାଖରେ ପହଞ୍ଚିଥିଲେ। ଏହା ପରେ ଝଗଡ଼ାର କାରଣ ଜଣାପଡ଼ିଥିଲା। ବ୍ୟବସାୟ ସହ ଜଡ଼ିତ କୌଣସି କଥାକୁ ନେଇ ବଚସା ହେବା ପରେ ରାଗରେ ମୋହସିନ ମାଡ଼ ମାରିଥିବା କହିଥିଲେ ପୀଡ଼ିତା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button