ଓଡିଶା

ମୁଣ୍ଡରେ ହାତ ଦେଲେଣି ଚାଷୀ: ନିଅଣ୍ଟିଆ ବର୍ଷା ବେଳେ ଶୁଖିଲା ପଡ଼ିଛି ବାହୁଦା ଜଳସେଚନ ପ୍ରକଳ୍ପ – bajravana

[ad_1]

ଚିକିଟି: ଦେଢ଼ମାସ ଧରି ହଠାତ୍ ବର୍ଷା ଉଭାନ୍ ହୋଇଯିବା ଫଳରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଚାଷୀ ମୁଣ୍ଡରେ ଏବେ ଭାଳେଣି ପଡ଼ିଛି। ଏଭଳି ଘଡ଼ିସନ୍ଧି ସମୟରେ ଚାଷୀଙ୍କ ଜୀବନରେଖା ବୋଲାଉଥିବା ବାହୁଦା ଜଳସେଚନ ପ୍ରକଳ୍ପ ଶୁଖିଲା ପଡ଼ିବା ଚାଷୀଙ୍କ ପାଇଁ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। କେନାଲ୍‌ରେ କମ୍ ପାଣି ଆସୁଛି। ଫଳରେ ଖରିଫ୍ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

୧୯୭୦ ମସିହାରେ ଚିକିଟି ନିବାର୍ଚନମଣ୍ଡଳୀର ପାତ୍ରପୁର ଏବଂ ଚିକିଟି ବ୍ଲକ୍‌ର ମୋଟ ୬ହଜାର ହେକ୍ଟର୍ ଜମିକୁ ଜଳସେଚନ କରିବା ଏବଂ ବନ୍ୟାଜଳକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ବାହୁଦା କ୍ଷୁଦ୍ର ଜଳସେଚନ (ଆନିକଟ) ତିଆରି ହୋଇଥିଲା। ଏଠାରୁ ୨୫ କିଲୋମିଟର ବ୍ୟାପୀ ବାମ କେନାଲ ଓ ୧୯ କିଲୋମିଟର ବ୍ୟାପୀ ଡାହାଣ କେନାଲ୍ ବାହାରିଛି। ଏହି ପ୍ରକଳ୍ପ ଚାଷୀଙ୍କ ଜମିକୁ ଜଳସେଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଚିକିଟି ବ୍ଲକ୍‌ରେ ମୋଟ ୧୨ ହଜାର ୩୭୭ ହେକ୍ଟର୍ ଚାଷଜମି ରହିଥିବା ବେଳେ ସେଥିମଧ୍ୟରୁ ୯୭୬୦ ହେକ୍ଟର୍ ଜମିରେ ଧାନଚାଷ ହୋଇଥାଏ। ବାହୁଦା ଦ୍ୱାରା ଜଳସେଚନ ହେଉଥିବା ଜମିକୁ ବାଦ୍ ଦେଲେ ଆଉ ବାକି ଜମି ଋଷିକୁଲ୍ୟା କେନାଲ୍, ଉଠାଜଳସେଚନ ଓ ଘରୋଇ ଉଠାଜଳସେଚନ ଆଦି ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ଗତବର୍ଷ ତୁଳନାରେ ଶତକଡ଼ା ୫୦ ଭାଗ ବର୍ଷା କମିଯାଇଛି। ଫଳରେ ଚାଷୀ ବର୍ତ୍ତମାନ ନିଜେ ବିକଳ୍ପ ବ୍ୟବସ୍ଥା ଗ୍ରହଣ ସ୍ବରୂପ ଜମି ପାଇଁ ଜଳସେଚନ କରୁଛନ୍ତି।

ଅନ୍ୟପକ୍ଷରେ ତ୍ରୁଟିଗତ ପରିଚାଳନା ପାଇଁ ବାହୁଦା ଜଳସେଚନ ପ୍ରକଳ୍ପ ଅଣଜଳସେଚିତ ହୋଇପଡ଼ିଛି। ବାଘଲଟି ଜଳଭଣ୍ତାର ନିମାର୍ଣ ପରେ ବାହୁଦା ନଦୀରେ ଜଳ ଆସିବା କ୍ରମଶଃ କମିଯାଇଛି। ଦିଗପହଣ୍ଡି ବ୍ଲକ୍ ପଟୁ ଆସି ବାହୁଦା ନଦୀରେ ମିଶିଥିବା କଣ୍ଟେଇଯୋଡ଼ି ନଦୀ ଉପରେ ସରକାରଙ୍କ ଦ୍ବାରା ଏକାଧିକ ଚେକ୍‌ଡ୍ୟାମ୍ ହେବା ଫଳରେ ନିଅଣ୍ଟିଆ ବର୍ଷା ଏବେ ବାହୁଦାକୁ ଶ୍ରୀହୀନ କରିଦେଇଛି। ଫଳରେ ଭବିଷ୍ୟତରେ ସରକାର ଜମିରୁ ଜଳକର ହରାଇବାର ସମ୍ଭାବନା ରହିଛି। ସେହିପରି ବିଭିନ୍ନ ସ୍ଥାନରେ କେନାଲ୍‌ରୁ ଠିକ୍ ଭାବେ ଜଳର ଆବଣ୍ଟନ ହୋଇ ନପାରିବା ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ଫଳରେ ନିଅଣ୍ଟିଆ ବର୍ଷା ହେଲେ ଚାଷୀ ମୁଣ୍ଡରେ ହାତ ଦେବାକୁ ବାଧ୍ୟ ହେଉଛନ୍ତି। ଭବିଷ୍ୟତରେ ଏହାକୁ ନଜରରେ ରଖି ଦୀର୍ଘମିଆଦି ବ୍ୟବସ୍ଥା କରିବାକୁ ଦାବି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button