ସ୍ୱାସ୍ଥ୍ୟ

ଚାଲିଛି ନବରାତ୍ରୀ : ଏହି ସରଳ ଉପାୟରେ ହେବ ଧନ ବୃଦ୍ଧି, ଜାଣନ୍ତୁ… – bajravana

[ad_1]

ନବରାତ୍ରୀରେ ମା’ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାର୍ଚ୍ଚନା ସହ ବିଭିନ୍ନ ସରଳ ଉପାୟ ଆପଣାଯାଏ । ମା’ଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ଓ କୃପା ପ୍ରାପ୍ତି ହୋଇଥାଏ । କିଛି ସରଳ ଉପାୟ ଓ ପୂଜା ଦ୍ୱାରା ଏହି ୯ ଦିନରେ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର,ସୌଭାଗ୍ୟ ଓ ସୁଖସମୃଦ୍ଧି ପ୍ରାପ୍ତି ଓ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ ।

ଜାଣନ୍ତୁ ଏହା ବିଷୟରେ…

ଧନସମ୍ପତ୍ତି ବୃଦ୍ଧି ପାଇଁ ନବରାତ୍ରୀ ସମୟରେ ଯେକୌଣସି ଦିନ ଅଶ୍ୱତ୍ଥ ପତ୍ରରେ ଶ୍ରୀରାମ ଲେଖିବା ସହ ସେହି ପତ୍ରରେ କିଛି ମିଠା ଭୋଗ ରଖି ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହାସହ ପ୍ରଭୁ ଶଙ୍କରଙ୍କୁ ବେଲପତ୍ର ଓ ଚାଉଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଶୁଭଫଳ ସହ ଧନ ବୃଦ୍ଧି ହୋଇଥାଏ।

ନବରାତ୍ରୀ ସମୟରେ ଘରର ଦରଜା ସମ୍ମୁଖରେ ଲେମ୍ବୁ ବାନ୍ଧନ୍ତୁ। ଏହାଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ମିଳେ। ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ନବରାତ୍ରୀ ସମୟରେ ଅସହାୟଙ୍କୁ କଳା ରାଶି ଦାନ କରନ୍ତୁ। ଏହାଦ୍ୱାରା ଶନିଦୋଷ ଦୂର ହୋଇଥାଏ। କାର୍ଯ୍ୟରେ ଥିବା ସମସ୍ୟା ଦୂର ହୋଇଥାଏ।

ନବରାତ୍ରୀ ସମୟରେ କନ୍ୟା ମାନଙ୍କୁ ଲାଲ ପୋଷାକ ଉପହାର ଦିଅନ୍ତୁ। ଏହାଦ୍ୱାରା ମାନସମ୍ମାନ ବୃଦ୍ଧି ହୋଇଥାଏ।
ଘରେ ଧନର ଅଭାବ ସହ ଅଯଥାରେ ଖର୍ଚ୍ଚ ଲାଗି ରହୁଥିଲେ, ବାରମ୍ବାର ଧନହାନୀ ହେଉଥିଲେ, ନବରାତ୍ରୀରେ ସକାଳେ ସ୍ନାନ ପରେ ସଫା ପୋଷାକ ପିନ୍ଧି ମା’ଙ୍କ ମନ୍ତ୍ର ଜପ କରିବା ସହ ମୋତି ଶଙ୍ଖ ରଖନ୍ତୁ । ଏହାସହ ଚାଉଳ ମଧ୍ୟ ରଖନ୍ତୁ।

ମନ୍ତ୍ର ଜପ ପରେ ଚାଉକୁ ଶଙ୍ଖରେ ରଖନ୍ତୁ । ଏପରି ନବରାତ୍ରୀ ଶେଷ ହେବା ପର୍ଯ୍ୟନ୍ତ ନିୟମିତ କରନ୍ତୁ। ଏହି ଚାଉଳ ସହ ଶଙ୍ଖକୁ ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button