ଓଡିଶା
ପୋଖରୀରୁ ଉଦ୍ଧାର ହେଲା ଛୁଆ ବାଘ
ନୟାଗଡ଼ ଅଫିସ, ୮।୩: ନୟାଗଡ଼ ଜିଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ଗ୍ରାମ ପୋଖରୀରୁ ଗୁରୁବାର ସକାଳେ ଏକ ଛୁଆ ବାଘ ଉଦ୍ଧାର ହୋଇଛି। ଏହା ଏକ ଚିତା ବାଘ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପ୍ରକାଶ ଯେ, ହଟିଆପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିଲା। ଏଣୁ ଛୁଆ ବାଘଟି ଜନବସତି ଆଡକୁ ଚାଲିଆସିଥିଲା। ବୁଲା କୁକୁରମାନେ ତାକୁ ଗୋଡ଼ାଇବାରୁ ସେ ପୋଖରୀ ଭିତରକୁ ପଶିଯାଇଥିଲା। ଦୀପ୍ତି ରଞ୍ଜନ ନାମକ ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଛୁଆ ବାଘକୁ ଦେଖି ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ କର୍ମଚାରୀ ତାକୁ ଡିଏଫ୍ଓଙ୍କ ନିକଟକୁ ନେଇଛନ୍ତି। ଡିଏଫ୍ଓଙ୍କ ନିଷ୍ପତ୍ତି କ୍ରମେ ତାକୁ କେଉଁ ସ୍ଥାନରେ ଛଡାଯିବ ସ୍ଥିର କରାଯିବ।