ମନୋରଞ୍ଜନ

ଗୋଟିଏ ଫ୍ରେମରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା – bajravana

[ad_1]

ମୁମ୍ବାଇ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଅନୁଷ୍ଠିତ ହୋଇ ଯାଇଛି। ଗତମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ବିଭିନ୍ନ ବର୍ଗରେ ଚୟନିତ ସିନେପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଲାଗି ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯାଇଥିବା ବେଳେ ‘ଗଙ୍ଗୁବାଇ କାଠିଆଓ୍ବାଡ଼ି’ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ପାଇଁ କୃତି ସାନୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେହିପରି ‘ପୁଷ୍ପା’ ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିଥିବା ବେଳେ ଅଭିନେତା ଆର ମାଧବନ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ।

 

ଏହି ସମ୍ମାନଜନକ ସମାରୋହ ପରେ ଆଲିଆ ଭଟ୍ଟ, ଆଲୁ ଅର୍ଜୁନ ଓ କୃତି ସାନୋନ ଏକାଠି ଛିଡ଼ା ହୋଇ ଫଟୋ ଉଠାଇଥିଲେ। ଗୋଟିଏ ଫ୍ରେମରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଦେଖି ‌ଦର୍ଶକ ଖୁବ ଖୁସି ହୋଇଯାଇଛନ୍ତି। ସେହିପରି ଆଉ ଏକ ଫ୍ରେମରେ ୱାହିଦା ରେହମାନ, ପଲ୍ଳବୀ ଜୋସି, ପଙ୍କଜ ତ୍ରିପାଠୀ ଓ ରଣବୀର କପୁର ଓ ଆଲିଆ ଭଟ୍ଟ ସମ‌ସ୍ତେ ଏକାଠି ଛିଡ଼ା ହୋଇ ଫ‌ଟୋ ଉଠାଇଛନ୍ତି।

ସେହିପରି ଏହି ସମାରୋହରେ ‘ଆରଆରଆର’କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଘୋଷଣା ପରେ ପୁରସ୍କାର ଗ୍ରହଣ ଏସଏସ ରାଜାମୌଲୀ ପହଞ୍ଚିଥିଲେ।  ଏଥିସହିତ ଫିଲ୍ମ ‘ମିମି’ରେ ଶ୍ରେଷ୍ଠ ସହଅଭିନେତା ଭାବେ ପଙ୍କଜ ତ୍ରିପାଠୀ (ମିମି)ପୁରସ୍କାର ଗ୍ରହଣ କରିଥି‌ଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button