ଅପରାଧ

କନ୍ଧମାଳ ଗଞ୍ଜେଇ ପାଇଁ କୋଲକାତା ବାଇ: ଗ୍ୟାଙ୍ଗର ୪ ନିଶା ମାଫିଆ ଗିରଫ, ୧୩ଲକ୍ଷର ଗଞ୍ଜେଇ, ଦୁଇ କାର ଜବତ – bajravana

[ad_1]

ଭୁବନେଶ୍ବର: ଦିନକୁ ଦିନ ସାରା ଦେଶରେ କନ୍ଧମାଳ ଗଞ୍ଜେଇର ଚାହିଦା ବଢ଼ିବାରେ ଲାଗିଛି। ଏମିତିକି ବଡ଼ ବଡ଼ ତାରକାଙ୍କ ବି ଏହି ଗଞ୍ଜେଇ ପ୍ରେମରୁ ବାଦ୍‌ ପଡ଼ି ନାହାନ୍ତି। ତାରକା ହୋଟେଲ୍‌ର ପାର୍ଟି ଠାରୁ ଆରମ୍ଭ କରି କୁଖ୍ରାତ ଆଡ୍ଠାଗୁଡ଼ିକରେ ଏ ଗଞ୍ଜେଇର ଏତ‌େ ଚାହିଦା ରହିଛି ଯେ, ନିଶା ମାଫିଆ ଚଢ଼ାଦର ଦେଇ ଏହାକୁ କିଣିବାକୁ ପଛାଉ ନାହାନ୍ତି। ଏହାର ସୁଯୋଗ ନେଇ ଓଡ଼ିଶାର ନିଶା ମାଫିଆ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। କନ୍ଧମାଳର ଗଞ୍ଜେଇ ଚାଷୀଙ୍କ ଠାରୁ ଏହାକୁ ଖୁବ୍‌ କମ୍‌ଦରରେ କିଣି ରାଜ୍ୟ ବାହାରକୁ ଚଢ଼ାଦରରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି।

ଆଜି କମିସନରେଟ୍‌ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଏଭଳି ଏକ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିବାପରେ ମାମଲା ପଦାକୁ ଆସିଛି। ଗିରଫ ହୋଇଥିବା ଲୋକମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରିପଡ଼ିଆ ଥାନା ଅନ୍ଧଗୁଡ଼ା ଅଞ୍ଚଳର ସତୀଶ ପ୍ରଧାନ ଓରଫ ଲିଟୁ (୩୩), ବିଶିପଡ଼ା ସଦର ଥାନା ଗୁମାଗଡ଼ ଅଞ୍ଚଳର ଦୀପକ ଦିଗଲ ଓରଫ ଲୁଲୁ(୩୦), ବାଳିଗୁଡ଼ା ଥାନା ବାଟଗୁରା ଅଞ୍ଚଳର ଅନୀଲ ଦିଗଲ ଓରଫ ଲାଲା(୨୮) ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କାଇମାଟିଆପାଟଣା ଅଞ୍ଚଳର ଚନ୍ଦନ କୁମାର ପୃଷ୍ଟି ଓରଫ ମୁନୁ(୩୩)। ପୁଲିସ ସେମାନଙ୍କଠାରୁ ୧୩୦କେଜି ଗଞ୍ଜେଇ, ଦୁଇଟି କାର୍‌ ଓ ମୋବାଇଲ୍‌ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୩ଲକ୍ଷ ଟଙ୍କାରୁ ଅଧିକ ହେବବୋଲି ଆକଳନ କରାଯାଇଛି।

ଧରିବା ପାଇଁ ୨ ସପ୍ତାହର କସରତ
ଏହି ଗ୍ୟାଙ୍ଗକୁ ଠାବ ପାଇଁ କମିସନରେଟ୍‌ ପୁଲିସକୁ ୧୫ଦିନ କସରତ କରିବାକୁ ପଡ଼ିଥିଲା। କିଛିଦିନ ତଳେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଏଡିସିପି ସଞ୍ଜୀବ ଶତପଥୀ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ, ରାଜଧାନୀରେ ଏକ ନିଶା ମାଫିଆ ଗ୍ୟାଙ୍ଗ ସକ୍ରିୟ ରହିଛି। ଗ୍ୟାଙ୍ଗ ବିଶେଷକରି କନ୍ଧମାଳର ଗ‌ଞ୍ଜେଇ ଚାଷୀଙ୍କ ଠାରୁ ଗଞ୍ଜେଇ ଆଣି ରାଜଧାନୀର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଠାରେଏକ ସ୍ବତନ୍ତ୍ର ଘରେ ଗଚ୍ଛିତ ରଖୁଛି। ଆଉ ଚାହିଦା ଅନୁସାରେ କୋଲକାତାକୁ ଚାଲାଣ କରୁଛି। ଚାଷୀଙ୍କ ଠାରୁ କିଲୋ ପିଛ‌ା ୧୦ହଜାର ଦେଇ ଆଣୁଥିବା ବେଳେ କଲିକତାରେ ଏହାକୁ ୨୫ରୁ ୩୫ହଜାର ଟଙ୍କାରେ ବିକ୍ରି କରୁଛି। ଏହାପରେ ଏଡିସିପି ଶ୍ରୀ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଥିଲା। ୧୫ଦିନ ଧରି ଟିମ୍‌ ଗ୍ୟାଙ୍ଗର ଗତିବିଧି ଉପରେ ନଜର ରଖିଥିଲା। ରବିବାର ରାତିରେ ଏହି ଗ୍ୟାଙ୍ଗ ଦୁଇଟି କାର୍‌ରେ କନ୍ଧମାଳରୁ ଗଞ୍ଜେଇ ନେଇ ରାଜଧାନୀ ଆସୁଥିବା ଜଣାପଡ଼ିବା ପରେ ଏସ୍‌ସିୟୁର ସ୍ପତନ୍ତ୍ର ଟିମ୍‌ ଗ୍ୟାରେଜ୍‌ ଛକରେ ଜଗି ବସିଥିଲା। ରାତି ପାଖାପାଖି ସାଢ଼େ ୧୦ଟା ସମୟରେ କାର୍‌ ଲିଙ୍ଗିପୁର ଆଡ଼କୁ ଯିବା ପରେ ସ୍ବତନ୍ତ୍ର ଟିମ୍‌ ପିଛା କରିଥିଲା। ସେମାନେ ଲିଙ୍ଗିପୁର ଅଞ୍ଚଳରେ ଥିବା ଏକ ଘର ନିକଟରେ କାର୍‌ରୁ ଗଞ୍ଜେଇ କାଡ଼ି ଘର ଭିତରକୁ ନେଉଥିବା ବେଳେ ପୁଲିସ ଟିମ୍‌ ଘେରିଯାଇଥିଲା। ପୁଲିସକୁ ଦେଖି ମାଫିଆ ସଦସ୍ୟମାନେ ଫେରାର୍‌ ଉଦ୍ୟମ କରିଥିଲେ। ହେଲେ ଚାରିପଟୁ ଘେରି ରହିଥିବା ପୁଲିସ କବ୍‌ଜାରୁ ବାହାରିବା ମୁସ୍କିଲ୍‌ ଥିଲା। ଶେଷରେ ପୁଲିସ ସମସ୍ତ ୪ ମାଫିଆଙ୍କୁ କାବୁ କରିବା ସହ ଗଞ୍ଜେଇ ଓ କାରକୁ ଜବତ କରି ଥାନାକୁ ଆଣିଥିଲା। ପଚରା ଉଚରା ବେଳେ ସେମାନେ ସବୁ ସତ ମାନିଥିଲେ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗ୍ୟାଙ୍ଗରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୁଲିସ ନିକଟରେ ତଥ୍ୟ ରହିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଜାଲ ବିଛାଇଛି। ତଦନ୍ତ ବେଳେ ଜଣାପଡ଼ିଛି, ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଲିଟୁକୁ ଗଞ୍ଜେଇ ଚାଲାଣ ମାମଲାରେ ପୂର୍ବରୁ ସହିଦନଗର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନରେ ଆସିବା ପରେ ପୁଣି ନିଶା କାରବାର ଆରମ୍ଭ କରିଥିଲା। ଅନ୍ୟ ଅଭିଯୁକ୍ତଙ୍କ ନିଶା କାରବାରର ଇତିହାସ ଜାଣିବା ପାଇଁ ପୁଲିସ ତନାଘନ ଚଳାଇଛି।

ଚାଲାଣ ପାଇଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ
ଓଡ଼ିଶାର କନ୍ଧମାଳରୁ ଏହି ଗଞ୍ଜେଇ ମଗାଇବା ପାଇଁ ନିଶାମାଫିଆ ଏହାର ଏକ ବ୍ଲୁ-ପ୍ରିଣ୍ଟ କରିଥିଲେ। କଡ଼ା କଟକଣା ସତ୍ତ୍ବେ ଗଞ୍ଜେଇ କିଭଳି ଠିକଣା ଯାଗାରେ ପହଞ୍ଚିବ, ସେଥିପାଇଁ ସେମାନଙ୍କର ସ୍ବତନ୍ତ୍ର ନେଟ୍‌ୱର୍କ ରହିଛି। ଏହାର ନେତୃତ୍ବ ନେଇଥିଲା ଲିଟୁ। ଲିଟୁ ନେତୃତ୍ବରେ ଲୁଲୁ, ଲାଲା, ମୁନୁ ଓ ଅନ୍ୟମାନେ କାମ କରୁଥିଲେ। ଯେଭଳି ପୁଲିସ କି ସାଧାରଣଲୋକ ସ‌ନ୍ଦେହ ନକରିବେ, ସେଥିପାଇଁ ସେମାନେ ଗଞ୍ଜେଇ ଚାଲାଣ ପାଇଁ ନିଜର ଗାଡ଼ିକୁ ବ୍ୟବହାର କରୁଥିଲେ। ପ୍ରାଇଭେଟ୍‌ ନମ୍ବର ଥିବା ଗାଡ଼ିରେ କନ୍ଧମାଳରୁ ଗଞ୍ଜେଇ ଆଣି ଲିଙ୍ଗିପୁରରରେ ଗଚ୍ଛିତ ରଖୁଥିଲେ, ଆଉ କୋଲକାତା ନିଶା ମାଫିଆଙ୍କ ଆବଶ୍ୟକତା ଅନୁସାରେ ନିଜ ଗାଡ଼ିରେ ଗଞ୍ଜେଇ ନେଇ ସେଠାରେ ଦେଉଥିଲେ। ସେମିତି ଯେଉଁ ବ୍ୟବସାୟୀଙ୍କ ଯାହା ଅବାଶ୍ୟକତା ଥିଲା ସେମାନେ ହ୍ବାଟସ୍‌ଆପ୍‌ରେ କୋଡ୍‌ ୱର୍ଡରେ ମେସେଜ୍‌ କରିବା ସହ ଫୋନ୍‌ ପେ’ର ଟଙ୍କା ଦେଉଥିଲେ।

ଫୋନ୍‌ ପେ’ରୁ କଲିକତାର ୩ମାଫିଆ ଚିହ୍ନଟ
ଗ‌ଞ୍ଜେଇ ଯୋଗାଇବା ପାଇଁ ଏହି ଗ୍ୟାଙ୍ଗ କଲିକତାର ୩ ନିଶା ମାଫିଆଙ୍କ ଠାରୁ ଅଗ୍ରିମ ଟଙ୍କା ନେଇଥିଲେ। ଯେଉଁମାନେ ଟଙ୍କା ଦେଇଥିଲେ ପୁଲିସ ସେମାନଙ୍କୁ ମଧ୍ୟ ଚିହ୍ନଟ କରିଛି। ସେମାନଙ୍କୁ ଗିରଫ ପାଇଁ ଏସ୍‌ସିୟୁ କଲିକତା ପୁଲିସ ସହ ଯୋଗାଯୋଗ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button