ଓଡିଶା

କୋର୍ଟରେ ପହଞ୍ଚି ପଥରମାଡ କଲେ ଯୁବକ, ଭାଙ୍ଗିଲା କମ୍ପ୍ୟୁଟର ଓ ଅନ୍ୟ ଆସବାବପତ୍ର – bajravana

[ad_1]

ଛତ୍ରପୁର: ଅଚାନକ କୋର୍ଟରେ ପହଞ୍ଚିଲେ ଆଉ ବ୍ୟାଗରେ ରଖିଥିବା ପଥର ଖଣ୍ଡ ବାହାର କରି ମାଡ କଲେ | ଗଂଜାମ ଜିଲ୍ଲା ଛତ୍ରପୁର ଏସଡ଼ିଜେଏମଙ୍କ କୋର୍ଟ ହଲରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଉକ୍ତ ବ୍ୟକ୍ତିଙ୍କ ପଥର ମାଡ଼ରେ କୋର୍ଟର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ୧୦ଟା ୩୫ମିନିଟ ସମୟରେ ଭଞ୍ଜନଗର ଥାନା ଅଧିନ ବଡ଼କୁଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଛତ୍ରପୁର ଏସଡ଼ିଜେଏମଙ୍କ କୋର୍ଟ ହଲରେ ପହଂଚିଥିଲେ | ଏହି ସମୟରେ ସେ ବେଞ୍ଚ କ୍ଳର୍କ ଓ ଷ୍ଟେନୋଙ୍କ ଅଗୋଚରରେ ନିଜ ବ୍ୟାଗରେ ରଖିଥିବା ପଥର ଖଣ୍ଡ ବାହାର କରି କମ୍ପ୍ୟୁଟରକୁ ଲକ୍ଷ୍ୟ କରି ମାଡ କରିଥିଲେ |

ପଥର ମାଡ଼ରେ କମ୍ପ୍ୟୁଟର ନଷ୍ଟ ହୋଇଯିବା ସହ ଅନ୍ୟ ଆସବାବପତ୍ର ନଷ୍ଟ ହୋଇଯାଇଥିଲା | ସେଠାରେ ଉପସ୍ଥିତ ଥିବା ବେଞ୍ଚ କ୍ଳର୍କ ପ୍ରଫୁଲ୍ଲ ନାୟକ ତତକ୍ଷଣାତ ଉକ୍ତ ବ୍ୟକ୍ତି ସମ୍ବନ୍ଧରେ ଛତ୍ରପୁର ପୁଲିସକୁ ସୂଚନା ଦେବାରୁ ପୁଲିସ ସବ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ଓ ଅନ୍ୟ ପୁଲିସମାନେ ଆସି ଉକ୍ତ ବ୍ୟକ୍ତିକୁ କାବୁ କରିନେଇଥିଲେ। ଏ ସମ୍ବନ୍ଧରେ ଛତ୍ରପୁର ପୁଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବାର ଖବର ମିଳିଛି। ତେବେ ଉକ୍ତ ବ୍ୟକ୍ତି ଜଣକ କାହିଁକି ପଥର ମାଡ କଲେ ସେବିଷୟରେ ଜଣାପଡ଼ିନଥିବାବେଳେ ପୁଲିସ ଏବେ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button