ଅପରାଧ

ପୁଲିସ୍‌ ଅଧିକାରୀଙ୍କ ଘରୁ ଡକାୟତି: ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ – bajravana

[ad_1]

୨୫ ଲକ୍ଷରୁ ଅଧିକ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌

ଭଦ୍ରକ/ରାଣୀତାଲ: ଭଦ୍ରକ ସାବରଙ୍ଗ ଥାନା ଚକପୁର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ଅଭୟ କୁମାର ପଲେଇଙ୍କ ଘରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଡକାୟତମାନେ ଖାଲି ଲୁଟ୍‌ପାଟ କରିନାହାନ୍ତି, ଅଭୟଙ୍କ ସ୍ତ୍ରୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଚକପୁରର ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ଅଭୟ କୁମାର ପଲେଇ ଓ ତାଙ୍କ ସ୍ତ୍ରୀ ପ୍ରମିଳାଙ୍କର ୪ ପୁଅ। ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଏଏସ୍‌ଆଇ, ଦୁଇଜଣ ବାଲେଶ୍ବର ଜିଲ୍ଲା ପୁଲିସରେ କନେଷ୍ଟବଳ ଅଛନ୍ତି। ସିଆରପିଏଫ୍‌ରେ ଯବାନ୍‌ ଥିବା ଅନ୍ୟ ଜଣେ ପୁଅ ତ୍ରିପୁରାରେ ରହୁଛନ୍ତି।

ଏହାର ସୁଯୋଗ ନେଇ ଗତକାଲି ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ୪ରୁ ୫ ଜଣ ଡକାୟତ ଘର ପଛ ଗ୍ରିଲ୍‌ ଓ କବାଟ ତାଡ଼ି ଭିତରେ ପଶିଥିଲେ। ପ୍ରଥମେ ସେମାନେ ଅଭୟ ଶୋଇଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଅନ୍ୟ ରୁମ୍‌ରେ ଆଲମିରା, ଆଟାଚି ଭାଙ୍ଗି ଲୁଟିବା ଆରମ୍ଭ କରିଥିଲେ। ଏହି ସମୟରେ ଶଦ୍ଦ ଶୁଣି ଅନ୍ୟ ଘରେ ଶୋଇଥିବା ଅଭୟଙ୍କ ପତ୍ନୀ ପ୍ରମିଳା (୭୦) ଉଠି ଆସି ଡକାୟତଙ୍କୁ ବିରୋଧ କରିବାରୁ ସେମାନେ ଖଟ ବାଡ ଭାଙ୍ଗି ପ୍ରମିଳାଙ୍କୁ ନିସ୍ତୁକ ପିଟିଥିଲେ। ତାଙ୍କର ହାତ ଭାଙ୍ଗିଯିବା ସହ ମୁଣ୍ଡ ଫାଟି ଯାଇଥିଲା। ଟଙ୍କା ଓ ସୁନାଗହଣା ଲୁଟିବା ପରେ ପ୍ରମିଳାଙ୍କୁ ଡକାୟତମାନେ ଏକ ଘରେ ବନ୍ଦ କରି ଚମ୍ପଟ୍‌ ମାରିଥିଲେ। ବହୁ କଷ୍ଟରେ ପ୍ରମିଳା ଘୁସୁରି ଘୁସୁରି ସ୍ୱାମୀଙ୍କୁ ବାହାର କରିବା ସହ ପାଖ ପଡ଼ୋଶୀଙ୍କୁ ଜଣାଇଥିଲେ। ଆଜି ସକାଳେ ସାବରଙ୍ଗ ଥାନାଧିକାରୀ ରୀନା ବକ୍ସର, ବାଲେଶ୍ବରରୁ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି।

ଗୁରୁତର ପ୍ରମିଳାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବା ସୁଦ୍ଧା ପୁଲିସ ଏହି ଘଟଣାରେ କାହାକୁ ଗିରଫ କରିନାହିଁ। ତେବେ ତଦନ୍ତ ସମୟରେ ପୁଲିସ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ଲାଗିଛି। ଡକାୟତମାନେ ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ପୁଲିସ କହିଛି। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସାବରଙ୍ଗ ଥାନା ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ସାବରଙ୍ଗ ଥାନା କେସ୍ ନଂ ୨୨୭/୧୪ରେ ଏକ ମାମଲା ରୁଜୁ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button