୨୦୦ଜଣଙ୍କୁ ଲୁଟିଛି ସାଇବର ଠକ: ୩ ରାଜ୍ୟରେ ଜାଲ ବିଛାଇଥିଲା – bajravana
[ad_1]
ପଶ୍ଚିମବଙ୍ଗରୁ ଧରିଲା କୋରାପୁଟ ପୁଲିସ, ପୁଲିସ ପଞ୍ଝାରେ ସାଇବର ଠକ୍
କୋରାପୁଟ: ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ରେ ଜାଲ ବିଛାଇଥିଲା ସାଇବର ଠକ। ପଶ୍ଚିମବଙ୍ଗରେ ବସି ସାରା ଦେଶର ୨୦୦ରୁ ଅଧିକ ଜଣଙ୍କୁ ଫସାଇଥିଲା। ସ୍ମାର୍ଟ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାର କରି ବାରମ୍ବାର ପୁଲିସକୁ ଚକମା ଦେଉଥିଲା। କିନ୍ତୁ କୋରାପୁଟ ପୁଲିସର ଯୋଜନାରେ ଶେଷରେ ନିଜେ ଫସି ଯାଇଛି। ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ସାଇବର ଠକ ନରେଶ ମାଇତି (୩୫ବର୍ଷ)କୁ ପୁଲିସ ଗିରଫ କରିଛି। ଲୋକଙ୍କୁ ଠକିବା ପରେ ଉଭାନ ହୋଇଯାଉଥିବା ଏହି ସାଇବର ଅପରାଧୀର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ପୁଲିସ ଖୋଳତାଡ଼ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
୩ ରାଜ୍ୟରେ ଜାଲ ବିଛାଇଥିଲା
ପଶ୍ଚିମବଙ୍ଗରୁ ଧରିଲା କୋରାପୁଟ ପୁଲିସ
ପୁଲିସ ପଞ୍ଝାରେ ସାଇବର ଠକ୍
ଜାଲରେ ଫସିଛନ୍ତି ୨୦୦ରୁ ଅଧିକ
୩ ଫୋନ୍ ସହ ୨ଲକ୍ଷ ଟଙ୍କା ଜବତ
ଗତବର୍ଷ ଡିସେମ୍ବର ମାସ ୨୭ତାରିଖରେ ବୋରିଗୁମ୍ମା ଥାନାରେ ପ୍ରଦୀପ କୁମାର ପଟ୍ଟନାୟକଙ୍କ ପତ୍ନୀ ମାନସୀ ମିଶ୍ର ଏତଲା ଦେଇଥିଲେ। ସାଇବର ଠକେଇର ଶିକାର ହୋଇଥିବା ସେଥିରେ ଉଲ୍ଲେଖ କରିଥିଲେ। ଖବର କାଗଜରେ ଏକ କଂପାନିର ସର୍ଭେ ନିମନ୍ତେ ପୁରୁଷ ଏବଂ ମହିଳା ଆବଶ୍ୟକ ବୋଲି ବିଜ୍ଞାପନ ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞାପନରେ ରହିଥିବା ନମ୍ବରରେ ମାନସୀ ଯୋଗାଯୋଗ କରିଥିଲେ। ତାଙ୍କୁ କୁହାଗଲା ହିଟାଚି କଂପାନିରେ ଏଟିଏମ୍ ସ୍ଥାପନ ପାଇଁ ପ୍ରାର୍ଥୀ ଆବଶ୍ୟକ। ଏଥିପାଇଁ ଅଗ୍ରୀମ ଟଙ୍କା ଦେବାକୁ କହିବାରୁ ଫୋନ୍ ପେ୍ ଆପ୍ ଜରିଆରେ ମାନସୀ ଲକ୍ଷାଧିକ ଟଙ୍କା ପଠାଇଥିଲେ। ଏହାପରେ ଉକ୍ତ ଫୋନ୍ ନମ୍ବରରେ ଯୋଗାଯୋଗ ସମ୍ଭବ ନହେବାରୁ ଥାନାରେ ଅଭିଯୋଗ ଦେଇଥିଲେ।
ରାଜ୍ୟ ବାହାର ସାଇବର ଲୁଟେରାକୁ ଧରିବା ପାଇଁ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ଫୋନ୍ ପେ୍ ଆପ୍ରେ ରହିଥିବା ନମ୍ବର ଏବଂ ବିଜ୍ଞାପନରେ ପ୍ରକାଶ ପାଇଥିବା ନମ୍ବରକୁ ପୁଲିସ ଟ୍ରାକ୍ କରିଥିଲା। ଉଭୟ ନମ୍ବର ପଶ୍ଚିମବଙ୍ଗରେ ସକ୍ରିୟ ରହିଥିବା ଜଣାପଡ଼ିବାରୁ ପୁଲିସ ଟିମ୍ ପଶ୍ଚିମବଙ୍ଗ ପହଞ୍ଚି ସାଇବର ଲୁଟେରାକୁ ଖୋଜିଥିଲା। ଠିକଣା ମିଳିବାରୁ ଗିରଫ କରି କୋରାପୁଟ ଆଣିଛି। ଅଭିଯୁକ୍ତ ନରେଶ ଠକେଇ ପାଇଁ ବ୍ୟବହାର କରୁଥିବା ଗୋଟିଏ ଟେକ୍ନୋ ସ୍ପାର୍କ ମୋବାଇଲ ସେଟ୍, ଦୁଇଟି ସ୍ମାର୍ଟ ଫୋନ୍ ପୁଲିସ ଜବତ କରିଛି। ଏହାବ୍ୟତୀତ ନଗଦ ୨ଲକ୍ଷ ଟଙ୍କା ମିଳିଥିବା ସାମ୍ବାଦିକ ସମ୍ମିଳନୀ କରି ପ୍ରବେସନର ଆଇପିଏସ୍ ପାର୍ଥ ଜଗଦୀଶ କଶ୍ୟପ ଏବଂ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି। ବଡ଼ କଥା ହେଲା ଅଭିଯୁକ୍ତ ନିକଟରୁ ଗୋଟିଏ ୨୦୦ ଜଣିଆ ତାଲିକା ମିଳିଛି। ଏହି ତାଲିକାରେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ରହିଛି। ସେହିପରି ତାଲିକାରେ ଓଡ଼ିଶାର ୧୦ଜଣଙ୍କ ବ୍ୟକ୍ତିଗତ ତଥ୍ୟ ରହିଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଖୋଳତାଡ଼ ଜାରି ରଖିଛି। ଉକ୍ତ ତାଲିକାକୁ ଆଧାର କରି ପ୍ରାୟ ୨୦୦ ଜଣଙ୍କୁ ଏହି ସାଇବର ଅପରାଧୀ ଲୁଟିଥିବା ଅନୁମାନ କରାଯାଉଛି।
[ad_2]