ଅପରାଧ
ଡକାୟତି ଯୋଜନା ପଣ୍ଡ : ୬ ଗିରଫ – bajravana
[ad_1]
ଭୁବନେଶ୍ୱର, ୧୯/୩ : ଲକ୍ଷ୍ମୀସାଗର ମା’ ସନ୍ତୋଷୀ ମନ୍ଦିର ପଛପଟ ନିଛାଟିଆ ସ୍ଥାନରେ ସଶସ୍ତ୍ର ଡକାୟତ ପାଇଁ ଯୋଜନା କରୁଥିବା ବେଳେ ୬ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର କାହ୍ନା ଲେଙ୍କା(୨୫), କଳ୍ପନା ଛକ ଅଞ୍ଚଳର ରାକେଶ ଦାସ ଓରଫ ରାକା(୨୪), ବାଲିପାଟଣା ଅଞ୍ଚଳର ସୁବାସ ସାହୁ(୩୨), କଟକ ମଧୁପାଟଣା ଅଞ୍ଚଳର କେ. ରାଜା(୨୨), ଲକ୍ଷ୍ମୀସାଗର ଅଞ୍ଚଳର ବି. ବସୁ(୨୦) ଓ ଏନ୍. ନଗେଶ(୨୦)। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଲୁହାରଡ଼, ଦୁଇଟି ସାଇକେଲ ଚେନ୍, ଲଙ୍କାଗୁଣ୍ଡ ପ୍ୟାକେଟ, ମଦ ବୋତଲ ଆଦି ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ନାମରେ ଆଗରୁ ଅଧିକରୁ ଅଧିକ ମାମଲା ଅଛି ।
[ad_2]