ମନୋରଞ୍ଜନ

ତଥାକଥିତ ପ୍ରେମିକ ଶିଖରଙ୍କ ଘରୁ ବାହାରିଲେ ଜାହ୍ନବୀ; ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଲୁଚାଇଲେ ମୁହଁ – bajravana

[ad_1]

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସଂପର୍କର ଚର୍ଚ୍ଚା ଏବେ ଚାରିଆଡ଼େ। ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କୁ ଅନେକ ଥର ସାଥୀରେ ଦେଖିବାକୁ ମିଳିଛି।

ଏବେ ଜାହ୍ନବୀଙ୍କୁ ତାଙ୍କ ପ୍ରେମିକଙ୍କ ଘରୁ ବାହାରୁଥିବାର ଦେଖିବାକୁ ମିଳିଛି। ଗତ ରାତିରେ ଜାହ୍ନବୀଙ୍କୁ ଶିଖର ପହରିୟାଙ୍କ ଘରୁ ବାହାରୁଥିବାର ଦେଖିବାକୁ ମିଳିଛି। ସେ ସେଠାରୁ ବାହାରୁଥିବା ବେଳେ ଫଟୋଗ୍ରାଫର୍‌ ତାଙ୍କ ଫଟୋ ଓ ଭିଡିଓ ନେଉଥିବାର ଦେଖିବାକୁ ମିଳିଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିବା ପରେ ଜାହ୍ନବୀ କପୁରଙ୍କ ହସ ବନ୍ଦ ହୋଇ ଯାଇଥିଲା। ସେ ହାତରେ ନିଜ ଚେହେରାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ହେଲେ ବି ସେ କ୍ୟାମେରାରେ କଏଦ ହୋଇଥିଲେ।

ଜାହ୍ନବୀଙ୍କୁ ନୋ-ମେକ୍‌ଅପ୍‌ ଲୁକ୍‌ ସହ ଗୋଲାପୀ ରଂଗର ଏକ କାଜୁଆଲ୍‌‌ ପୋଷାକରେ ଦେଖିବାକୁ ମିଳିଛି। ଜାହ୍ନବୀଙ୍କ ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଏହାକୁ ଦେଖିବା ପରେ ବ୍ୟବହାରକାରୀ ଏବେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କେହି କେହି ଜାହ୍ନବୀ ନିଶା ଖାଇଛନ୍ତି ବୋଲି କହୁଥିବା ବେ‌ଳେ କେହି କେହି ଗଣାମଧ୍ୟମ ପ୍ରତିନିଧି ତାଙ୍କ ପଛରେ ଧାଇଁବା କଥାକୁ ନିନ୍ଦା କରିଛନ୍ତି।

ଶିଖର ଓ ଜାହ୍ନବୀ ଏବେ ପର୍ଯ୍ୟନ୍ତି ନିଜ ପ୍ରେମ ସଂପର୍କକୁ ନେଇ ଆନୁଷ୍ଠାନକ ଭାବେ କୌଣସି ଘୋଷଣା କରିନାହାନ୍ତି। ମାତ୍ର ସେ ଦୁହିଁଙ୍କୁ ଅଧିକାଂଶ ସମୟ‌ରେ ଏକାଠି ଦେଖିବାକୁ ମିଳୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button