ଓଡିଶା

ଚାକିରି ଆଶା ଦେଖାଇ ଲୁଟିଥିଲା ୨୭ ଲକ୍ଷ, ଏବେ ପୋଲିସ ହାତରେ ଧରାପଡ଼ିଲା

ଯୁବକଙ୍କୁ ଚାକିରି ଦେବାର ଆଶା ଦେଖାଇ ୨୭ ଲକ୍ଷ ଲୁଟିଥିଲା ଠକ । ବିଦେଶରେ ନିଯୁକ୍ତି ଦେବା ନାଁରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ୨୫ଜଣ ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଆଳି ଥାନା ଅନ୍ତର୍ଗତ ବେଲସରପୁର ଗାଁର ଅମୂଲ୍ୟ ମଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଳି ପୋଲିସ । ଦୁଇବର୍ଷ ତଳେ ଆଳି, ପଟାମୁଣ୍ଡାଇ ଓ ଚାନ୍ଦବାଲି ଅଞ୍ଚଳର ୨୫ରୁ ଉର୍ଦ୍ଧ୍ବ ଯୁବକଙ୍କୁ କୁଏତରେ ଚାକିରୀ କରାଇଦେବ କହି ସେମାନଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ କରିଥିଲା । ଏନେଇ ଅମୂଲ୍ୟଙ୍କ ନାଁରେ ଠକେଇର ଶିକାର ହୋଇଥିବା ଯୁବକମାନେ ଆଳି ଥାନାରେ ଏତଲା ଦେଇଥିଲେ । କିନ୍ତୁ ଅମୂଲ୍ୟ ସେବେଠୁ ଫେରାର ଥିଲା । ବହୁ ଖୋଜାଖୋଜି ପରେ ଏବେ ପୋଲିସ ହାତରେ ଧରା ପଡ଼ିଛି ଅମୂଲ୍ୟ ।

ଏବେ ଯୁବପିଢ଼ି ଚାକିରୀ ଆଶାରେ ରହୁଛନ୍ତି । ଆଉ ଏଭଳି କିଛି ଠକ ଚାକିରୀ ଆଶାୟୀ ଯୁବକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ତେଣୁ ଦର୍ଶକ ବନ୍ଧୁ ଆପଣ ଏଭଳି ଠକଙ୍କ ଠାରୁ ଦୂରେଇ ରୁହନ୍ତୁ । କେହି ଟଙ୍କା ନେଇ ଚାକିରୀ ଦବ କହିଲେ ଜମା ବି ବିଶ୍ବାସ କରନ୍ତୁ ନାହିଁ । ପ୍ରଥମେ ଭଲ ଭାବେ ଯାଞ୍ଚ କରନ୍ତୁ ପରେ ଚାକିରୀ କରିବେ କି ନାହିଁ ନିଶ୍ଚିତ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button