ଓଡିଶା

ଖାଦ୍ୟ ପସରାରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ପିପିଲି: ସିମେଇ, ଖିରି,ଖରିସା, ସୁଜି ଉପମା,ସୁଜି ଚକୁଳି, ଖେଚୁଡ଼ି, ମାଣ୍ଡିଆ, ରାଶି ଲଡ଼ୁ, ଚୁଡ଼ା ମୂଆଁ ବିଭିନ୍ନ ପ୍ରକାର ଖାଦ୍ୟର ପସରା ମେଲିଛି । ଶିଶୁ ଖାଦ୍ୟ ସାଙ୍ଗକୁ ଗର୍ଭବତୀ ମହିଳା ଙ୍କ ପାଇଁ ଏହି ଖାଦ୍ୟ ଉଦ୍ଧିଷ୍ଟ । ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଛି ଏହି ଖାଦ୍ୟର ସମାହାର । କେଉଁ ସମୟ ରେ କେଉଁ ଖାଦ୍ୟ ଖାଇବା ଦରକାର ତାହା ପ୍ରଦର୍ଶିତ କରାଯାଇଥିଲା । ଏହା ସହିତ ଶିକ୍ଷା କ୍ଷେତ୍ର ରେ କିଭଳି କାର୍ଯ୍ୟ କରାଯାଉଛି । ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ରାଜ୍ୟସରକାର କେଉଁ କେଉଁ ବ୍ୟବସ୍ଥା କରିଛନ୍ତି ତାହାକୁ ଉପସ୍ଥାପନା କରାଯାଇଛି । ଏହି ବ୍ୟବସ୍ଥା ଛାତ୍ର ଛାତ୍ରୀଙ୍କ ଶିକ୍ଷା ବିକାଶ କରିବା ସହିତ ସେମାନଙ୍କୁ ଶୈକ୍ଷିକ ବିକାଶ ହୋଇ ପାରିବ ବୋଲି ଶିକ୍ଷୟିତ୍ରୀ କହିଛନ୍ତି ।

ଲୋକଙ୍କ ଅଭିଯୋଗ ଶୁଣାଣି ହେବ ଆଉ ସମାଧାନ ମଧ୍ୟ ହେବ । ଏଥିପାଇଁ ଭୁବନେଶ୍ୱର ବ୍ଲକ ଧଉଳି ପଂଚାୟତ କଲ୍ୟାଣ ମଣ୍ଡପ ପରିସରରେ ଖୋର୍ଦ୍ଧା ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଥିବାବେଳେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ଲଗାଯିବା ସହିତ ଶିକ୍ଷାର ବାର୍ତ୍ତାକୁ ଉପସ୍ଥାପନା କରାଯାଇଥିଲା । ଜନଶୁଣାଣି ଶିବିର ହୋଇ ଥିବା ବେଳେ । ବ୍ଲକ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ମୋଟ ୪୮ଟି ଅଭିଯୋଗ ଶୁଣିଥିଲେ। ଏଥ୍ ମଧ୍ୟରୁ ୨୪ଟି ବ୍ୟକ୍ତିଗତ ଓ ୧୮ଟି ସାମୂହିକ ଅଭିଯୋଗ ଥ‌ିବା ବେଳେ ୩ଟିର ତୁରନ୍ତ ଫଇସଲା ହୋଇଥିଲା । ୩ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଓ ହାତ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ ଓ ସମିତିସଭ୍ୟା ସରସ୍ଵତୀ ସେଠୀ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button