ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ
ବଲାଙ୍ଗିର: ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ କଳଙ୍କ । ଗୁରୁଙ୍କ ନାଁ ରେ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ୍ ଛାତ୍ରୀଙ୍କ ଅଭିଭାବକ। ଏ କୁଆଡ଼େ ସ୍କୁଲ୍ ର ପ୍ରଧାନ ଶିକ୍ଷକ । ତାଙ୍କ କାରନାମା ବିଷୟରେ ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍ । ସ୍କୁଲ ହେଉଛି ବିଦ୍ୟାମନ୍ଦିର ସେଠାରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥାଆନ୍ତି ଗୁରୁ । କିନ୍ତୁ ସେହି ମନ୍ଦିର ଭଳି ସ୍ଥାନରେ ପାପ କରିବାକୁ ପଛାଉନାହାଁନ୍ତି ଗୁରୁ । ବାପା ମା’ଙ୍କ ପରେ ଯଦି କିଏ ଉଶ୍ବରଙ୍କ ସମ ହୋଇଥାଏ ସେ ହେଉଛନ୍ତି ଗୁରୁ । କଥାରେ ଅଛି ‘‘ଗୁରୁ ଯେ ସାକ୍ଷାତ ଇଶ୍ବର… ଗୁରୁଙ୍କୁ ନ ମଣିବ ନର’’ । ଏହି ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ ।
ବଲାଙ୍ଗିର ଜିଲ୍ଲାରେ ଜଣେ ଗୁରୁଙ୍କ ନାଁ ରେ ଆସିଛି ଅଭିଯୋଗ । ଛାତ୍ରୀ ଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଭାବକ । ବଲାଙ୍ଗିର ସଦର ଥାନାରେ ରେଙ୍ଗାଲି ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି ।
ତେବେ ଅଭିଭାବକଙ୍କ କହିବା ଅନୁଯାୟୀ, ଜଣେ ଛାତ୍ରୀ ସ୍କୁଲ୍ ଯିବାକୁ ଅମଙ୍ଗ ହୋଇଥିଲେ । ଯେତେବେଳେ ସେ ପ୍ରଧାନ ଶିକ୍ଷକଙ୍କ ବିଷୟରେ ଏଭଳି କଥା ଶୁଣିବାକୁ ପାଇଲେ ସେତେବେଳେ ସେ ସଙ୍ଗେ ସଙ୍ଗେ ଅନ୍ୟ ଛାତ୍ରୀମାନଙ୍କୁ ଡାକିକି ପଚରାଉଚରା କରିଥିଲେ । ଆଉ ସମସ୍ତଙ୍କ ମୁହଁରୁ ପ୍ରଧାନ ଶିକ୍ଷକଙ୍କ ବ୍ୟବହାର ବିଷୟରେ ଜାଣିବାକୁ ପାଇଥିଲେ । ଏହା ଶୁଣି ଗାଁ ସ୍କୁଲ କମିଟି ବୈଠକ କରିବା ପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ତ ହେଲେ ଅଭିଭାବକ । ପ୍ରଧାନ ଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଭୟରେ ରହିଥିଲେ ଛାତ୍ରୀ ମାନେ କିନ୍ତୁ ସାର୍ ଙ୍କ ବିଷୟରେ ଏସବୁ ଘରେ ଜଣାଇବାକୁ ଲାଜ କରିଥିଲେ । ଯେତେବେଳେ ସ୍କୁଲ ଯିବାକୁ ଅମଙ୍ଗ ହେଲେ ସେତେବେଳେ ସବୁ ସତ ସାମ୍ନାକୁ ଆସିଥିଲା । ଫଳରେ ପ୍ରଧାନ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅଭିଭାବକ ମାନେ । ଏହାର ସଠିକ ତଦନ୍ତ କରି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିଭାବକ । ସେପଟେ ପଧାନ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି କି ଏ ବିଷୟରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।