ଓଡିଶା
ରଙ୍ଗିଲା ସତ୍ୟଜିତ ସାମଲ ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ କମିସନରେଟ ପୋଲିସ
ଭୁବନେଶ୍ୱର : ରଙ୍ଗିଲା ସତ୍ୟଜିତ ସାମଲ ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ କମିସନରେଟ ପୋଲିସ । ଏକ ସ୍ୱତନ୍ତ୍ର ପୋଲିସ ଟିମ ରାଜ୍ୟ ବାହାରକୁ ଯାଇ ଅଭିଯୁକ୍ତ ସତ୍ୟଜିତର କାହା କାହା ସାଙ୍ଗରେ ସମ୍ପର୍କ ଥିଲା, ସେ ଦିଗରେ ତଦନ୍ତ କରିବ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ସତ୍ୟଜିତ ଜଣେ ପେସାଦାର ଅପରାଧୀ । ପ୍ଲାନ କରି ମହିଳାମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା ।
ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ଠାରୁ ଟଙ୍କା ଲୁଟ କରୁଥିଲା ଅଭିଯୁକ୍ତ ସତ୍ୟଜିତ । ଅଧିକ ପଚରାଉଚରା ପାଇଁ ସତ୍ୟଜିତକୁ ପୁଣି ରିମାଣ୍ଡ ନେବାକୁ ଆବେଦନ କରିବ କମିସନରେଟ ପୋଲିସ । ଧୂର୍ତ୍ତ ସତ୍ୟଜିତର ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ପୋଲିସ ହାତରେ ଲାଗିଛି । ସେହି ଆକାଉଣ୍ଟରେ ଟ୍ରାଞ୍ଜାକ୍ସନର ମଧ୍ୟ ଖୋଳତାଡ଼ କରାଯିବ ବୋଲି ଡିସିପି କହିଛନ୍ତି