ମନୋରଞ୍ଜନ

ରୁପାଲି ନୁହେଁ; ଏହି ଦୁଇ ଅଭିନେତ୍ରୀ ଥିଲେ ‘ଅନୁପମା’ ପାଇଁ ପ୍ରଥମ ପସନ୍ଦ – bajravana

[ad_1]

ନୂଆଦିଲ୍ଲୀ: ରୁପାଲି ଗାଙ୍ଗୁଲି ଆଜି ଛୋଟ ପରଦାର ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ଏହାର କାରଣ ହେଉଛି ତାଙ୍କର ହିଟ୍ ସୋ ‘ଅନୁପମା’। ଯାହା ଦର୍ଶକଙ୍କ ମନରୁ କିମ୍ବା ଟିଆରପି ତାଲିକାରୁ କେବେ ବି ତଳକୁ ଖସୁନାହିଁ। ଅଧିକାଂଶ ସମୟରେ ଏହି ସୋ’ ମୋଡ଼ ବଦଳାଉଥିବାରୁ ସୋସିଆଲ୍‌ ମିଡିଆରେ ସମାଲୋଚିତ ହେଉଥିଲେ ବି ଏହି ସତ୍ୟକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଜନସାଧାରଣ ଏହାକୁ ଦେଖୁଛନ୍ତି ଏବଂ ବହୁତ ପ୍ରେମ ମଧ୍ୟ ଦେଉଛନ୍ତି।

ପ୍ରାରମ୍ଭରେ ଲୋକମାନେ ଅନୁପମାଙ୍କ ଚରିତ୍ରକୁ ଅଦ୍ଭୁତ ମନେ କରୁଥିଲେ। କିନ୍ତୁ ଧୀରେ ଧୀରେ ଏପରି ମୋଡ଼ ଆସିଲା ଯେ ଲୋକମାନେ ଏହା ସହିତ ଯୋଡ଼ି ହେବାକୁ ଲାଗିଲେ।  ଏହି ସୋ’କୁ ସାକ୍ଷାତ୍‌ କରିବା ବେଳେ ବୋଧହୁଏ ରୁପାଲି ଗାଙ୍ଗୁଲୀ ନିଜେ ମଧ୍ୟ ଭାବି ନଥିବେ ଯେ ଏହି ସୋ ଏତେ ବଡ଼ ହେବ ଓ ଲୋକେ ଏତେମାତ୍ରାରେ ଏହାକୁ ପସନ୍ଦ କରିବେ।

ତେବେ ଆପଣ ଜାଣନ୍ତି କି ସୋ’ ପାଇଁ ଅନୁପମା ପ୍ରଥମ ପସନ୍ଦ ନଥିଲେ। ପୂର୍ବରୁ ଅନ୍ୟ ଦୁଇ ଅଭିନେତ୍ରୀଙ୍କୁ ଏହି ସୋ’ ପାଇଁ ଅଫର୍‌ ମିଳିଥିଲା। ମାତ୍ର ସେମାନେ ମନା କରିବା ପରେ ଯାଇ ରୁପାଲୀଙ୍କୁ ସୁଯୋଗ ମିଳିଥିଲା।
ଯେଉଁ ଦୁଇ ଜଣ ‘ଅନୁପମା’ ସୋ’କୁ ପ୍ରତ୍ୟାଖ୍ୟାନ କରିଥିଲେ ସେ ଦୁଇ ଜଣ  ହେଲେ ନେହା ପେଣ୍ଡସେ ଓ ଜୁହି ପରମାର। ନେହା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଅନୁପମାଙ୍କ ଭୂମିକା ନିଭାଇବାକୁ ମନା କରିଦେଇଥିଲେ କାରଣ ସେ ଏହାକୁ ପସନ୍ଦ କରିନଥିଲେ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅନୁପମାଙ୍କ ଭୂମିକା ପାଇଁ ଜୁହି ପରମାର ପ୍ରଥମ ପସନ୍ଦ ଥିଲେ। କିନ୍ତୁ ତାଙ୍କର ଅନ୍ୟ ବୃତ୍ତିଗତ କାରଣ ହେତୁ ସେ ଏହି ସୋ’ କରିପାରିଲେ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button