ଖେଳ ଖବର

ବୟୋଜ୍ୟଷ୍ଠ ଓ କନିଷ୍ଠ ପଦକ ବିଜେତାଙ୍କ ମଧ୍ୟରେ ୫୦ ବର୍ଷ ବ୍ୟବଧାନ – bajravana

[ad_1]

ହାଙ୍ଗ୍‌‌‌ଝୌ: ଏସୀୟ କ୍ରୀଡ଼ାରେ ଭାରତର ପଦକ ବିଜେତାଙ୍କ ମଧ୍ୟରେ ଏକ ଅଜବ ବୟସ ବ୍ୟବଧାନ ନଜରକୁ ଆସିଛି। ରୋଲର ସ୍କେଟିଂରେ କାଂସ୍ୟ ପଦକ ବିଜୟିନୀ ସଂଜନା ବଥୁଲା ଏବଂ ସ୍କ୍ବାସ୍ ଯୁଗଳ ବର୍ଗରେ କାଂସ୍ୟ ପଦକ ବିଜୟିନୀ ଅନାହତ ସିଂହଙ୍କ ବୟସ ସମାନ ୧୫ ବର୍ଷ। ମାତ୍ର ୩ ମାସର ବ୍ୟବଧାନ ରହିଛି ଉଭୟଙ୍କ ବୟସରେ। କିନ୍ତୁ ବ୍ରିଜ୍‌ରେ ରୌପ୍ୟ ପଦକ ଜିତିଥିବା ଜାଗି ଶିବଦସାନୀଙ୍କ ବୟସ ହେଉଛି ୬୫ ବର୍ଷ। ଶିବଦସାନୀ ୨୦୧୮ରେ କାଂସ୍ୟ ପଦକ ଜିତିଥିଲେ। ବୟସ ବଢ଼ିବା ସତ୍ତ୍ବେ ସେ ପଦକର ରଙ୍ଗକୁ ଉନ୍ନତ କରିଛନ୍ତି। ଦିଲ୍ଲୀ ବ୍ରିଟିସ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ଅନାହତ ସିଂହ ମଧ୍ୟ ବ୍ୟକ୍ତିଗତ ଭାବେ ଦୁଇଟି ପଦକ ଜିତିପାରିଛନ୍ତି। ଏକକ ପରେ ସେ ଅଭୟ ସିଂହଙ୍କୁ ସାଥି କରି ମିଶ୍ରିତ ଯୁଗଳ କାଂସ୍ୟ ପଦକ ଜିତିଥିଲେ। ଭାରତୀୟ ଦଳର ସବୁଠାରୁ କନିଷ୍ଠ ସଂଜନା କାଂସ୍ୟ ପଦକ ସହ ଫେରିବା ସବୁଠାରୁ ଉଲ୍ଲେଖନୀୟ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button