ଓଡିଶା

ରାଜ୍ୟସ୍ତରୀୟ ୬୯ତମ ବନ୍ୟପ୍ରାଣୀ ସପ୍ତାହ: ଶିକାରୀଙ୍କ ମୋବାଇଲ୍‌ ଟ୍ରାକିଂ କରିପାରିବେ ବନ ଅଧିକାରୀ – bajravana

[ad_1]

ମାନବଜାତି ଓ ପ୍ରକୃତିର ସନ୍ତୁଳନ ପାଇଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୃଥିବୀରେ ମନୁଷ୍ୟ ଭଳି ପ୍ରତ୍ୟେକ ପ୍ରଜାତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯଦି କୌଣସି ପ୍ରଜାତି ବିଲୁପ୍ତ ହୋଇଯାଏ ତାହାଲେ ଏହା ମାନବଜାତି ପାଇଁ ବିପଦ ଆଣିଥାଏ। ତେଣୁ ମାନବଜାତିର ବିକାଶ ଓ ପ୍ରକୃତିର ସନ୍ତୁଳନ ପାଇଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜ୍ୟସ୍ତରୀୟ ୬୯ତମ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ, ବିଭିନ୍ନ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଗନ୍ତାଘର ହେଉଛି ଓଡ଼ିଶା। ଶିମିଳିପାଳରେ ବାଘ ସହିତ ଅଲିଭ୍‌ ରିଡ୍‌ଲେ କଇଁଚ୍ଛ ଭଳି ବନ୍ୟଜନ୍ତୁ ଯେପରି ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ଠିକ୍ ଭାବେ ରହିପାରିବେ ଓ ଏହାକୁ ପରବର୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ବ ହେବା ଉଚିତ୍। ରାଜ୍ୟ ସରକାର ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମାନବଜାତି ଓ ପ୍ରକୃତିର ସନ୍ତୁଳନ ପାଇଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ
ବିପିନ ବିହାରୀ ପ୍ରଧାନ, ଅଶ୍ବିନୀ ଦାଶ ଯୁଗ୍ମ ବିଜୁ ପଟ୍ଟନାୟକ ପୁରସ୍କାର ବିଜେତା

ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ, ବନ୍ୟଜନ୍ତୁଙ୍କ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ବିଜୁ ପକ୍କା ଘର, ତ୍ବରିତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ବନ୍ୟଜନ୍ତୁ ମୁଖ୍ୟତଃ ହାତୀମାନେ ଫସଲ କିମ୍ବା ଗୃହ ନଷ୍ଟ କଲେ ସେମାନଙ୍କ ପ୍ରତି ହିଂସା ପରାୟଣ ନ ହୋଇ ସରକାରୀ ପ୍ରୋତ୍ସାହନ ସାହାଯ୍ୟରେ ପୁନଶ୍ଚ ଅଧିକ ସଶକ୍ତ ଗୃହ ନିର୍ମାଣ କରାଯିବ ବୋଲି ‌ସେ କହିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ କହିଥିଲେ, ଜଙ୍ଗଲ ଓ ଜୀବଜନ୍ତୁ ପ୍ରକୃତିର ଏକ ଅଭିନ୍ନ ଅଙ୍ଗ। ଉଭୟେ ଉଭୟଙ୍କର ପରିପୂରକ। ଜନସାଧାରଣଙ୍କୁ ସଚେତନ କରିବାର ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଗଣମାଧ୍ୟମ ମଣିଷ ଓ ବନ୍ୟଜନ୍ତୁ ସଂଘର୍ଷକୁ ଅଧିକ ସମ୍ବେଦନଶୀଳ ହୋଇ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି କହିଲେ, ବନ କର୍ମଚାରୀଙ୍କୁ ପୁଲିସ କ୍ଷମତା ଦିଆଯାଇଛି। ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ ବନ ଅଧିକାରୀ। ଲୋକେସନ୍ ଟ୍ରାକ ସହ କଲ ଡିଟେଲସ୍‌ ଯାଞ୍ଚ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଶିକାରୀଙ୍କ ଦମନ ପାଇଁ ଗୁଳି ଚାଳନା ପ୍ରଶିକ୍ଷଣ ନେଇଛନ୍ତି ବନ ଅଧିକାରୀ। ଏ ପର୍ଯ୍ୟନ୍ତ ୯୦ ଅଧିକାରୀ ଏହି ପ୍ରଶିକ୍ଷଣ ନେଇ ସାରିଛନ୍ତି। ଅନ୍ୟ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ନେବେ ବୋଲି ସେ କହିଥିଲେ। ଏହି ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରର ଯୁଗ୍ମ ବିଜେତା ବିପିନ ବିହାରୀ ପ୍ରଧାନ ଓ ଅଶ୍ବିନୀ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ସହିତ ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାସହ ୫ଟି ପୁସ୍ତକର ଉନ୍ମୋଚନ ହୋଇଥିଲା। ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ମନୋଜ ଭି. ନାୟର ଧନ୍ୟବାଦ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button