ମନୋରଞ୍ଜନ

ଜଣେ ଅପରାଧୀର ମନସ୍ଥିତି : ‘ମାଇଣ୍ଡ୍‌ଗେମ୍’ ଦେଖିଲେ ପୀଡ଼ିତଙ୍କ ପରିବାର – bajravana

[ad_1]

ଭୁବନେଶ୍ବର:  ୨୦୧୮ର ଚାଞ୍ଚଲ୍ୟକର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍‌ ଗେମ୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଅନୁସନ୍ଧାନମୂଳକ କାହାଣୀର କେନ୍ଦ୍ରରେ ରହିଛି ଘୃଣା ଓ ପ୍ରତିଶୋଧ ଭାବନାରେ ବୁଡ଼ିରହିଥିବା ଜଣେ ଅଦୃଶ୍ୟ ଅପରାଧୀର ମାନସିକତାକୁ ତନ୍ନ ତନ୍ନ କରି ପରୀକ୍ଷା କରିବାର ପ୍ରକ୍ରିୟା। ଏଥିରେ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରିଛନ୍ତି ମନୋଜ ମିଶ୍ର। ବଲିଉଡ୍‌ର ପ୍ରବୀଣ ଅଭିନେତା ଅତୁଲ କୁଲକର୍ଣ୍ଣୀ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରିଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଦ୍ବାରା ଅନୁପ୍ରାଣିତ ବୋଲି କୁହାଯାଉଛି।

ଅତୁଲଙ୍କ ସମେତ ବଲିଉଡ୍‌ର ଆଉ ଦୁଇଜଣ ଏଥିରେ ଅଭିନୟ କରିଛନ୍ତି- ୟଶପାଲ ଶର୍ମା ଓ ତନିକେଲା ଭରଣୀ। ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରି, ଚିନ୍ମୟ ମିଶ୍ର, ଅପସରା ରାଣୀ, ପୁଷ୍ପା ପଣ୍ଡା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ପ୍ରଯୋଜକ ଶ୍ରୀଧର ମାର୍ଥା ଏହାକୁ ନିର୍ମାଣ କରି ବଡ଼ ପରଦାରେ ରିଲିଜ୍ କରିବା ପାଇଁ ଗତ ପାଞ୍ଚ ବର୍ଷରୁ ଉଦ୍ୟମ କରିଆସୁଥିଲେ। ପ୍ରଥମେ ‘ପାଟଣାଗଡ଼’ ନାମରେ ଏହାକୁ ରିଲିଜ୍ କରିବାର ଯୋଜନା ରଖାଯାଇଥିଲା। କିନ୍ତୁ ଏହି ମାମଲାର ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ବିରୋଧ ହେବା ପରେ ଏହାର ନାମ ପରିବର୍ତ୍ତନ କରାଯାଇଥିଲା। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦେଶକ ରାଜେଶ ଟଚରୀବର ‘ମାଇଣ୍ଡଗେମ୍‌’ର ନିର୍ଦେଶନା ଦେଇଛନ୍ତି।

ମୁକ୍ତିଲାଭ ପୂର୍ବରୁ ଗତ ଗୁରୁବାର ଭୁବନେଶ୍ବରରେ ଓଡ଼ିଶା ପୁଲିସ ଅଧିକାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ପୁଲିସ ଡିଜି ସୁନୀଲ ବଂଶଲ, ଅରୁଣ ବୋଥ୍ରାଙ୍କ ସମେତ ଅନେକ ଅଧିକାରୀ ଏହାକୁ ଦେଖି ପ୍ରଶଂସା କରିଛନ୍ତି। ଓଡ଼ିଶାର ଏକ ବହୁଚର୍ଚ୍ଚିତ ଘଟଣାକୁ ନେଇ ‘ମାଇଣ୍ଡ୍‌ଗେମ୍’ ଭଳି ଏକ ଅଭିନବ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଦର୍ଶକଙ୍କ ଗହଣରେ ଏହାକୁ ନେଇ ବ୍ୟାପକ ଉତ୍କଣ୍ଠା ଓ ଉତ୍ସାହ ପ୍ରକାଶ ପାଉଛି। ଓଡ଼ିଆ ସମେତ ଚାରିଟି ଭାଷାରେ ଏହା ଗତ ୬ ତାରିଖରେ ମୁକ୍ତିଲାଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button