ଏସୀୟ କ୍ରୀଡ଼ାର କ୍ରିକେଟ୍ ଫାଇନାଲ୍ : ଆଜି ଭାରତ-ଆଫଗାନିସ୍ତାନ ମଧ୍ୟରେ ସ୍ବର୍ଣ୍ଣ ଲଢ଼େଇ – bajravana
[ad_1]
ହାଙ୍ଗ୍ଝୌ: ଚଳିତ ଏସୀୟ କ୍ରୀଡ଼ାର କ୍ରିକେଟ୍ରୁ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ବର୍ଣ୍ଣ ପଦକ ଜିତି ସାରିଥିବାବେଳେ ପୁରୁଷ ଦଳ ସମାନ ପଦକ ନେଇ ଫେରିବା ଲାଗି ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଶନିବାର ଭାରତ ସ୍ବର୍ଣ୍ଣ ପଦକ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଶୁକ୍ରବାର ସେମିଫାଇନାଲ୍ରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବାବେଳେ ଆଫଗାନିସ୍ତାନ ରୋମାଞ୍ଚକ ମ୍ୟାଚ୍ରେ ପାକିସ୍ତାନକୁ ୪ ୱିକେଟ୍ରେ ପରାସ୍ତ କରିଥିଲା।
ଶୁକ୍ରବାର ଋତୁରାଜ ଗାଏକ୍ବାଡ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବାବେଳେ ଭାରତୀୟ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରି ବାଂଲାଦେଶକୁ ୯୬/୯ରେ ସୀମିତ ରଖିଥିଲେ। ୱିକେଟରକ୍ଷକ ଜାକେର ଅଲୀ (୨୪) ଏବଂ ଓପନର୍ ପରଭେଜ୍ ହୋସେନ୍ ଏମନ୍ (୨୩) କେବଳ କୋଡିଏ ରନ୍ ଟପିଥିଲେ। ଭାରତ ପକ୍ଷରୁ ବାମହାତୀ ସାଇ କିଶୋର (୪-୦-୧୨-୩) ଏବଂ ୱାସିଂଟନ୍ ସୁନ୍ଦର (୪-୦-୧୫-୨) ଚମତ୍କାର ବୋଲିଂ କରିଥିବାବେଳେ ଅର୍ଶଦୀପ ସିଂହ, ତିଳକ ବର୍ମା, ରବି ବିଷ୍ଣୋଇ, ସାହାବାଜ ଅହମ୍ମଦ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅର୍ଶଦୀପ ଏକମାତ୍ର ପେସ୍ ବୋଲର ଭାବେ ଏହି ମ୍ୟାଚ୍ ଖେଳିଥିବାବେଳେ ଭାରତୀୟ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସାହାବାଜ ଅହମ୍ମଦ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଜବାବରେ ଭାରତ ପ୍ରଥମ ଓଭରରେ ଯଶସ୍ବୀ ଜୟସ୍ବାଲ (୦)ଙ୍କୁ ହରାଇଥିଲା। କିନ୍ତୁ ଅଧିନାୟକ ଋତୁରାଜ ଗାଏକ୍ବାଡ (୨୬ ବଲ୍ରୁ ୪୦* ରନ୍, ୪ ଚୌକା, ୩ ଛକା) ଏବଂ ତିଳକ ବର୍ମା (୨୬ ବଲ୍ରୁ ୫୫* ରନ୍, ୨ ଚୌକା, ୬ ଛକା) ଭାରତକୁ ମାତ୍ର ୯.୨ ଓଭରରେ ବିଜୟ ଲକ୍ଷ୍ୟ ୯୭ ରନ୍ରେ ପହଞ୍ଚାଇ ଦେଇଥିଲେ। ଏକମାତ୍ର ୱିକେଟଟି ରିପନ୍ ମଣ୍ଡଳ ନେଇଥିଲେ।
[ad_2]