ମନୋରଞ୍ଜନ

ମୃଣାଲଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କଲେ ବିଜୟ, ନାକ, ଓଠ ଓ ଆଖିକୁ ନେଇ କହିଲେ ଏଭଳି କଥା – bajravana

[ad_1]

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ମୃଣାଲ ଠାକୁର୍‌ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ହିନ୍ଦି ଧାରାବାହିକରୁ ନିଜର ଅଭିନୟର ଜୀବନ ଆରମ୍ଭ କରିଥିବା ମୃଣାଲ ଏବେ ଉଭୟ ବଲିଉଡ ଓ ସାଉଥ୍ ଫିଲ୍ମରେ କାମ କରିବା ଆରମ୍ଭ କରିଛନ୍ତି। ନିଜ ପେସାଦାର ଜୀବନରେ ସେ ଖୁବ ଆଗକୁ ବଢ଼ିସାରିଥିବା ବେଳେ ଏବେ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କୁ ଯେଉଁଭଳି ଭାବେ ପ୍ରଶଂସା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦୁହେଁ ଫିଲ୍ମ ‘ଫ୍ୟାମିଲି ଷ୍ଟାର’ରେ ଏକାଠି କାମ କରୁଥିବା ବେଳେ ମୃଣାଲଙ୍କ ନାକ, ଓଠ ଓ ଆଖି ବହୁତ ସୁନ୍ଦର ବୋଲି କହିଛନ୍ତି ବିଜୟ। ଫିଲ୍ମର ପ୍ରଚାର ସମୟରେ ବିଜୟଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ମୃଣାଲଙ୍କ ସହ କାମ କରିବାର ଅନୁଭୂତି କିଭଳି ଥିଲା। ଉତ୍ତରରେ ସେ କହିଥିଲେ ଯେ, “ଯେତେବେଳେ ତୁମ ସହିତ ଜଣେ ବୁଦ୍ଧିମାନ ଅଭିନେତ୍ରୀ କାମ କରନ୍ତି, ସେତେବେ‌ଳେ କାମ କରିବା ସହଜ ହୋଇଯାଏ। ମୁଁ ଫିଲ୍ମରେ କାମ କରିବି ବୋଲି ସ୍ୱପ୍ନ ଦେଖିବା ଆରମ୍ଭ କରିବା ପୂର୍ବରୁ ହିଁ ମୃଣାଲ ଅଭିନୟ କରୁଥିଲେ। ସେ ଖୁବ କମ ବୟସରୁ କାମ କରି ଆସୁଛନ୍ତି। ତେଣୁ ସେ ମୋଠାରୁ ବେଶୀ ଭଲ ଭାବରେ ସବୁ ଜିନିଷ ବୁଝନ୍ତି ଏବଂ କାମ କରନ୍ତି। ମୁଁ ତାଙ୍କୁ କହେ ଯେ, ତାଙ୍କୁ ତାଙ୍କ ଚେହେରା ଆଶୀର୍ବାଦ ଆକାରରେ ମିଳିଛି। ସେଥିପାଇଁ ସେ ବେଶୀ କିଛି ନକହିଲେ ବି ଅନେକ କିଛି ବୁଝି ହୋଇଯାଏ। ତାଙ୍କ ନାକ, ଓଠ ଏବଂ ଆଖିର ଜ୍ୟାମିତି ଏତେ ସୁନ୍ଦର ଯେ, ସେ କୌଣସି ଦୃଶ୍ୟକୁ ଅତି ସୁନ୍ଦର ଭାବେ ନିଜ ମୁହଁରେ ଆଣିପାରନ୍ତି। ତାଙ୍କ ସହ କାମ କରିବା ବହୁତ ସହଜ ଥିଲା। ”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button