ଅପରାଧ

ଗୁଣି ସନ୍ଦେହ, ଯୁବକଙ୍କ ଦାନ୍ତ ଉପାଡ଼ିଦେଲେ; ୩ ଗିରଫ – bajravana

[ad_1]

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ କୁମ୍ଭାରୀ ପଞ୍ଚାୟତର ମାଙ୍କଡ଼ଝୋଲା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପ୍ରାଣାନ୍ତକ ଆକ୍ରମଣ କରାଯିବା ସହିତ ଦୁଇଟି ଦାନ୍ତ ଉପାଡ଼ି ଦିଆଯାଇଥିଲା। ପରେ ଏକ ବୁଦାରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଫୋପାଡ଼ି ଦେଇଥିଲେ। ପୁଲିସ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ନାରାୟଣପାଟଣା ପୁଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, କୁମ୍ଭାରୀ ପଞ୍ଚାୟତ ମାଙ୍କଡ଼ଝୋଲା ଗ୍ରାମର ବିନାୟକ ତମ୍ବାଡିଆଙ୍କ ବାପା ବହୁ ଦିନ ହେଲା ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ସହିତ ଦେଶୀ ଔଷଧ ଖୁଆଇ ଖର୍ଚ୍ଚାନ୍ତ ହେବା ପରେ ବି ବିନାୟକଙ୍କ ବାପା ସୁସ୍ଥ ହୋଇନଥିଲେ। ପାତ୍ରପଡ଼ା ଗାଁର ଯୁଧିଷ୍ଠିର କୁନ୍ଦାରିଆ(୩୦) ଗୁଣିଗାରେଡ଼ି କରିବାରୁ ବାପା ଅସୁସ୍ଥ ହୋଇଥିବା ସନ୍ଦେହ କରି ଗତ ୪ ତାରିଖ ରାତିରେ ବିନାୟକ ନିଜର ଦୁଇ ସାଙ୍ଗଙ୍କ ସହିତ ପାତ୍ରପଡ଼ାରେ ପହଞ୍ଚିଥିଲେ। ଯୁଧିଷ୍ଠିରଙ୍କୁ ପଚାରିବାରୁ ସେ ଗୁଣିଗାରେଡ଼ି କରିଥିବା ସ୍ବୀକାର କରିଥିଲେ। ପରେ ବିନାୟକ ଓ ଦୁଇ ସାଙ୍ଗ ଯୁଧିଷ୍ଠିରଙ୍କ ହାତଗୋଡ଼ ବାନ୍ଧି ନିଜ ଗାଁ ମାଙ୍କଡ଼ଝୋଲାକୁ ନେଇ ଯାଇଥିଲେ। ଗାଁ ଦାଣ୍ଡର ଏକ ବିଦ୍ୟୁତ ଖୁଣ୍ଟରେ ଯୁଧିଷ୍ଠିରଙ୍କୁ ବାନ୍ଧୁ ନିର୍ଧୂମ ମାଡ଼ ମାରିବା ସହ ସମ୍ମୁଖରୁ ଦୁଇଟି ଦାନ୍ତ ଉପାଡ଼ି ଦେଇଥିଲେ। ଶେଷରେ ଦରମରା ଅବସ୍ଥାରେ ଗାଁ ଠାରୁ କିଛି ଦୂର ଏକ ବୁଦାମୂଳରେ ଫୋପାଡ଼ି ଦେଇଥିଲେ।

ଅନ୍ୟପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୁଧିଷ୍ଠିର ଘରକୁ ନ ଫେରିବାରୁ ପତ୍ନୀ ସୀତା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ। ୫ ତାରିଖ ସକାଳେ ସୀତା ନାରାୟଣପାଟଣା ଥାନାକୁ ଯାଇ ସ୍ବାମୀ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ କରିଥିଲେ। ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସ୍‌ଆଇ ଶୁକ୍ଳା ମାଢ଼ି ପୁଲିସ ଫୋର୍ସ ସହ ଗାଁରେ ପହଞ୍ଚି ତଦନ୍ତ କରି ମାଙ୍କଡଝୋଲା ଗ୍ରାମର ବିନାୟକ ତମ୍ବାଡିଆ ,କ୍ଷେତ୍ର କୁନ୍ଦାରିଆ ଓ ଉପେଦ୍ର କୁନ୍ଦାରିଆଙ୍କୁ ଥାନାକୁ ନେଇ ପଚରାଉଚରା ପରେ ଗିରଫ କରିଥିବା ବେଳେ ଯୁଧିଷ୍ଠିରଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଏସ୍‌ଏଲ୍‌ଏନ୍‌ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button