ଅପରାଧ

ବେଆଇନ୍‌ ବାଲି ଚାଳାଣ ବେଳେ ହାଇୱା ଓ ଟ୍ରାକ୍ଟର ଧରାପଡ଼ିଲା, ୮୦ହଜାର ଜରିମାନା ଆଦାୟ – bajravana

[ad_1]

ଜୟପୁର: ବେଆଇନ୍‌ ଭାବେ ବିନା ରୟଲଟି ଓକାଗଜପତ୍ରରେ ସଲପା ନିକଟସ୍ଥ ନଦୀରୁ ବାଲି ନେଉଥିବା ବେଳେ ଗୋଟିଏ ହାଇୱା ଓ ଟ୍ରାକ୍ଟର ତହସିଲଦାର ସୁଶ୍ରୀ ସାଗରିକାଙ୍କ ହାତରେ ଧରା ପଡ଼ିଛି। ଉଭୟ ଗାଡ଼ିକୁ ଅଟକ ରଖିବା ସହ ଏହି ବାବଦରେ ତହସିଲପ୍ରଶାସନ ପକ୍ଷରୁ ୮୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା କହିଛନ୍ତି ତହସିଲଦାର। ଏହି ଚଢ଼ାଉରେ ରାଜସ୍ବ ପରିଦର୍ଶକ ହରିହର ଶତପଥୀ,  ଟାଉନ-୨ ରାଜସ୍ବ ନିରୀକ୍ଷକ ତିରଣ ଚଳାଣ,  ଧନପୁର ରାଜସ୍ବନିରୀକ୍ଷକ ଦିଲ୍ଲୀପ ପ୍ରଧାନ, ବାଲିଆ ରାଜସ୍ବ ନିରୀକ୍ଷକ କୁନି ଲତା ନାୟକ, କଙ୍ଗା ରାଜସ୍ବ ନିରୀକ୍ଷକ ଚନ୍ଦ୍ର ମୈଳୀ ନାଲ୍ଲା ଆଦି ଭାଗ ନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button