ଖେଳ ଖବର

ରାତିପାହିଲେ ପାକିସ୍ତାନର ପ୍ରଥମ ମ୍ୟାଚ, କିନ୍ତୁ ପାକିସ୍ତାନୀ ଦର୍ଶକଙ୍କୁ ମିଳୁନି ଭିସା – bajravana

[ad_1]

ହାଇଦ୍ରାବାଦ : ଆସନ୍ତା  କାଲି ଅର୍ଥାତ୍ ଅକ୍ଟୋବର ୬ ତାରିଖରେ ପାକିସ୍ତାନ ନିଜର ପ୍ରଥମ ବିଶ୍ବକପ୍ ମ୍ୟାଚ ନେଦରଲାଣ୍ଡ ବିରୋଧରେ ଖେଳିବ । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।  ବିଶ୍ବକପ ପାଇଁ ପାକିସ୍ତାନର କ୍ରିକେଟପ୍ରେମୀମାନେ ଉତ୍ସାହିତ ଥିବାବେଳେ ସେମାନଙ୍କୁ ଏପର୍ଯ୍ୟନ୍ତ ଭିସା ମିଳିପାରିନାହିଁ । ଏପରିକି ପାକିସ୍ତାନ ଗଣମାଧ୍ୟମକୁ ବି ଭିସା ମିଳିନାହିଁ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ, ପାକିସ୍ତାନ ପ୍ରଶଂସକ ଏବଂ ଗଣମାଧ୍ୟମ କର୍ମଚାରୀମାନେ ଯଥାଶୀଘ୍ର ଭାରତରୁ ଭିସା ପାଇବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି ଏବଂ ଯଦ୍ବାରା ସେମାନେ ନିଜ ଦଳର ଲାଇଭ୍ ଆକ୍ସନରେ ଦେଖିପାରିବେ। କିନ୍ତୁ ଭାରତ ପାକିସ୍ତାନୀ ପ୍ରଶଂସକ ଏବଂ ଗଣମାଧ୍ୟମ ପାଇଁ ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁନାହିଁ ବୋଲି ପିସିବି ଆଇସିସି ନିକଟରେ ପୁଣି ଥରେ ଅଭିଯୋଗ କରିଛି।

ଏହା ପୂର୍ବରୁ ପାକିସ୍ତାନ ଦଳର ଖେଳାଳିମାନେ ବି ଭିସା ପାଇବାକୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ଫଳରେ ପାକିସ୍ତାନ ଦଳ ନିଜର  ପ୍ରଥମ ଅଭ୍ୟାସ ମ୍ୟାଚ ଖେଳି ପାରିନଥିଲା ।

ତେବେ ଏହି ସମସ୍ୟା ପାଇଁ ନିଜେ ପାକିସ୍ତାନ ସରକାର ଦାୟୀ ବୋଲି କୁହାଯାଉଛି । କାରଣ ଖରାପ ସମ୍ପର୍କ କାରଣରୁ, ୨୦୧୭ ମେ ମାସରେ ପାକିସ୍ତାନ ଭାରତ ସରକାରଙ୍କ ୱେବସାଇଟ ଆକସେସ ଉପରେ କଟକଣା ଲଗାଇଥିଲା । ଏବେ ଏହାର କୁଫଳ ଭୋଗୁଛନ୍ତି ପାକିସ୍ତାନର ଜନତା । ପାକିସ୍ତାନର ସାଧାରଣ ଲୋକ ଭାରତୀୟ ହାଇକମିଶନର ୱେବସାଇଟରେ ଭିସା ପାଇଁ ଆବଶ୍ୟକ କାମ କରିପାରୁନାହାନ୍ତି । ଏହି କାରଣରୁ ପାକିସ୍ତାନର ପ୍ରଶଂସକ ଓ ଗଣମାଧ୍ୟମ ଚଳିତ ବିଶ୍ୱକପ୍ ରେ ନିଜ ଦଳକୁ ପଡ଼ିଆରେ ଦେଖିପାରିବେ କି ନାହିଁ ତାହା ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button