ଦେଶ ବିଦେଶ

ତିନି ତଲାକ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ତିନି ତଲାକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଲା କେନ୍ଦ୍ର  କ୍ୟାବିନେଟ

ମୁସଲମାନ ସମ୍ପଦ୍ରାୟର ମହିଳାଙ୍କ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନଙ୍କର ଅଧିକାର ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଆଜି ତିନି ତଲାକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅଧ୍ୟାଦେଶ ଅନୁସାରେ, ଆଜିଠାରୁ ତଲାକ ଏକ ଅପରାଧ ଭାବେ ବିବେଚିତ ହେବା ସହ ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୂର୍ବରୁ ଏହି ଅଧ୍ୟାଦେଶ ରାଜ୍ୟସଭାରେ ପାରିତ ହୋଇପାରିନଥିଲା। ଏବେ କିନ୍ତୁ ଏହି ଅଧ୍ୟାଦେଶକୁ ବଳବତ୍ତର ରଖିବା ପାଇଁ କେନ୍ଦ୍ର ସରକାର ପୁଣିଥରେ ସଂସଦରେ ବିଲକୁ ପାରିତ କରାଇବାକୁ ହେବ। ଅନ୍ୟପଟେ ଅଧ୍ୟାଦେଶ ଆସିବା ପରେ କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି, “ମୋଦି ସରକାର ମୁସଲିମ୍ ମହିଳାଙ୍କୁ ଅଧିକାର ଦେବା ପାଇଁ ଚାହୁଁ ନାହାଁନ୍ତି। କେବଳ ତିନି ତଲାକକୁ ନେଇ ରାଜନୀତି କରିବାକୁ ଚାହୁଁଛି ବିଜେପି। ହେଲେ କଂଗ୍ରେସ ଚାହେଁ ମୁସଲିମ୍ ମହିଳାଙ୍କୁ ନ୍ୟାୟ ଦିଆଯାଉ।”

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ଆମ ପାଖକୁ ତିନି ତଲାକର ସର୍ବମୋଟ ୪୩୦ଟି ମାମଲା ଆସିଛି। ଯେଉଁଥିରୁ ୨୨୯ଟି ମାମଲା କେନ୍ଦ୍ର କ୍ୟାବିନେଟ ନ୍ୟାୟ ଶୁଣାଇବା ପୂର୍ବର ହୋଇଥିବା ବେଳେ ୨୦୧ଟି ମାମଲା ହେଉଛି କେନ୍ଦ୍ର କ୍ୟାବିନେଟ ନ୍ୟାୟ ଶୁଣାଇବା ପରର। ଏହାକୁ ନେଇ ଆମ ପାଖରେ ସବୁ ପ୍ରମାଣ ମଧ୍ୟ ରହିଛି। ଏହା ମଧ୍ୟରୁ ସବୁଠୁ ଅଧିକ ଅର୍ଥାତ୍ ପାଖାପାଖି ୧୨୦ଟି ମାମଲା ଉତ୍ତରପ୍ରଦେଶରୁ ଆସିଛି।”

Related Articles

Leave a Reply

Your email address will not be published. Required fields are marked *

Back to top button