ଓଡିଶା

ମାନସିକ ଭାରସାମ୍ୟ ହରାଇ ବ୍ଲେଡରେ ନିଜର ଗୁପ୍ତାଙ୍ଗ କାଟିଲା ବିଚାରାଧୀନ ବନ୍ଦୀ – bajravana

[ad_1]

ଭଦ୍ରକ: ଜଣେ ବିଚାରଧୀନ ବନ୍ଦୀ ଶନିବାର ଦିନ ଭଦ୍ରକ ଅଭାବନୀୟ କାଣ୍ଡ କରିଛି। ବନ୍ଦୀ ଜଣକ ମାନସିକ ଭାରସାମ୍ୟ ହରାଇ ବ୍ଲେଡରେ ନିଜର ଗୁପ୍ତାଙ୍ଗ ଓ ହାତକୁ କାଟିଦେଇଛି। ଜେଲରେ ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତି ହେଲେ ସୁଶାନ୍ତ ମାଝୀ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ସୁଶାନ୍ତ ମାଝୀ ନିଜର ପତ୍ନୀଙ୍କୁ ନିର୍ଯାତନା ଦେଉଥିଲା। ପତ୍ନୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ପୁଲିସ ଦ୍ବାରା ଗିରଫ ହୋଇଥିଲା। ଏହି ମାମଲାରେ ସେ ଗିରଫ ହୋଇ ଭଦ୍ରକ ଜେଲରେ ବିଚାରାଧୀନ ବନ୍ଦୀ ଅଛି। ଜେଲରେ  ଜେଲ୍ ଭିତରେ ଥିବା ସୁଶାନ୍ତ ମାଝୀ ଆଜି ନିଜର ମାନସିକ ଭାରସାମ୍ୟ ହରାଇ ନିଜର ଗୁପ୍ତାଙ୍ଗକୁ ମଶା ଧୂପ ଦିଆ ବ୍ଲେଡ଼ରେ ଅଧା କାଟି ଦେଇଥିଲା। ଏଥି ସହିତ ତାର ନିଜ ହାତକୁ ମଧ୍ୟ ଗୋଟିଏ ସ୍ଥାନରେ କାଟି ଦେଇଥିଲା। ତାକୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button