ଓଡିଶା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ: ମାଓ ସଂଗଠନ – bajravana

[ad_1]

ନିର୍ବାଚନରେ ଭୋଟ ବର୍ଜନ ନେଇ ନକ୍ସଲଙ୍କ ଆହ୍ବାନ

ମାଲକାନଗିରି: ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବତନ୍ତ୍ର ମାଓ ଡିଭିଜନ ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତିରେ ଆଗାମୀ ନିର୍ବାଚନକୁ ବିରୋଧ କରିବା ସହ ଭୋଟ ବର୍ଜନ କରିବାକୁ ସଂଗଠନ ଆହ୍ବାନ ଦେଇଛି। ସଂଗଠନର ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଆରଏସଏସ ଓ ବିଜେପିର ବିପଦରୁ ଦେଶ ଓ ଲୋକଙ୍କୁ ରକ୍ଷାକର। ଆସନ୍ତା ଏପ୍ରିଲ ଓ ମେ ମାସରେ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ରହିଥିବାରୁ କ୍ଷମତାକୁ ଆସିବା ପାଇଁ ଦଳଗୁଡିକ ନିଜ ନିଜ ମଧ୍ୟରେ ଅପମାନ କରିବା ପାଇଁ ନିଜ ନିଜ ଗଣମାଧ୍ୟମକୁ ବ୍ୟବହାର କରିବା ଆରମ୍ଭ କଲେଣି।

ବିଗତ ୭୬ ବର୍ଷରେ ଏମାନେ ଦେଶରୁ ଲୁଟିଛନ୍ତି। ଦେଶର ଗରିବ ଲୋକଙ୍କ ସମସ୍ୟା, ବେକାର ଯୁବକମାନଙ୍କ ସମସ୍ୟା ଏବଂ ଦେଶକୁ ପ୍ରଗତୀ ପଥରେ ନେବା ଏମାନେ ଭୁଲିଯାଇଛନ୍ତି। କେବଳ ନିର୍ବାଚନ ସମୟରେ ନେତାମାନେ ଲୋକଙ୍କ ପାଖକୁ ଭୋଟ ପାଇଁ ଆସନ୍ତି। ଭୋଟ ପାଇ ଜିତିବା ପରେ ସେମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଭୁଲିଯାନ୍ତି। ଦେଶରେ ଗଣତନ୍ତ୍ର ଆଜି ବି ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଉପରେ ଗର୍ଜିଛି ମାଓ ସଂଗଠନ। ବିଜେପି ସର୍ଜିକାଲ ଷ୍ଟ୍ରାଇକ କରିବା ସହ ହିନ୍ଦି କାର୍ଡ ଖେଳି ଗତ ୨୦୧୯ ନିର୍ବାଚନରେ ବୈତରଣୀ ପାର ହୋଇଗଲେ। ଏଥର କିନ୍ତୁ ଲୋକେ ଚେତିଛନ୍ତି। ନବ ଭାରତ ନିର୍ମାଣ ନାମରେ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା ଲକ୍ଷ୍ୟରେ ଆରଏସଏସ ଏଜେଣ୍ଡା କାର୍ଯ୍ୟକାରୀ କରୁଛି।

ସିଏଏକୁ ଲାଗୁ କରି ନିର୍ବାଚନ ପାର ହେବାକୁ ବିଜେପି ଚେଷ୍ଟା କରୁଛି। ଗୋଟିଏ ଦେଶ, ଗୋଟିଏ କର, ଗୋଟିଏ ଧର୍ମ, ଗୋଟିଏ ଭାଷା, ଗୋଟିଏ ନିର୍ବାଚନ, ଗୋଟିଏ ଦଳ, ଗୋଟିଏ ଜାତି, ଗୋଟିଏ ନେତା କହି ସେମାନେ ବୁଲଡୋଜର ନିୟମ ଜାରି ରଖିଛନ୍ତି। ମେକ ଇନ ଇଣ୍ଡିଆ ବିଦେଶୀ କୋରପୋରେଟରମାନଙ୍କ ପାଇଁ ବୋଲି ମାଓ ସଂଗଠନ କହିଛି। ଦିନକୁ ଦିନ ଲୋକେ ଦାରିଦ୍ର୍ୟ ସୀମା ରେଖ ତଳକୁ ଯାଉଛନ୍ତି। ଦିନକୁ ଦିନ କୋଟି ପତି ଆହୁରି ଧନୀ ହେବାକୁ ଲାଗିଛନ୍ତି। ଲୋକେ ଗରିବ ହେଲେଣି। ରାମ ମନ୍ଦିର ନିର୍ମାଣକୁ ବିଭ୍ରାନ୍ତ କରି ଧର୍ମ ନାମରେ ଭୋଟ ହାତେଇବାକୁ ଏକ ଷଡଯନ୍ତ୍ର।

ଆନ୍ଧ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛି ମାଓ ସଂଗଠନ। ଆଜି ବି ଓଡିଶା ଓ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇ ପାରି ନାହି। ଦେଶ ଓ ରାଜ୍ୟର ଶାସକ ଦଳର ନେତା, ଜମି ଓ ଖଣି ମାଫିଆ, ଦୁର୍ନୀତିଗ୍ରସ୍ତ ଲୋକ ନିଜ ଇଛାରେ କୋଟି କୋଟି ଟଂକା ଲୁଟି ଚାଲିଛନ୍ତି। ଆନ୍ଧ୍ରର ଜଗନ ସରକାର କେନ୍ଦ୍ର ସହ ମେଣ୍ଟ କରି ନିଜର ଦୁର୍ନୀତିକୁ ଘଣ୍ଟ ଘୋଡାଉଛି। ଜଗନକୁ ସାମ୍ନା କରିବାକୁ କେନ୍ଦ୍ର ସହ ମେଣ୍ଟ କଲେ ଚନ୍ଦ୍ରବାବୁ ନାଇଡୁ। ଦେଶର ନମ୍ବର ଵାନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ସରକାର ରହିଥିଲେ ମଧ୍ୟ ସେ ବି ରାଜ୍ୟବାସୀଙ୍କୁ ପ୍ରତାରଣା କରୁଛନ୍ତି। ଘରୋଇ ଓ ବିଦେଶୀ କର୍ପୋରେଟମାନଙ୍କୁ ସେବା କରିବାରେ ଆଗରେ ରହିଛନ୍ତି ବୋଲି ମାଓ ସଂଗଠନ କହିଛି। ତେଣୁ ଆଗାମୀ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ସଂଗଠନ ଆହ୍ବନ କରିଛି। ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଡିଭିଜନର ସଚିବ ଗଣେଶ ନିର୍ବାଚନରେ ଲୋକଙ୍କୁ ଦଳମାନଙ୍କ ବିରୋଧରେ ନିଶ୍ଚିତ ଭାବେ ଚେତାଇବ ବୋଲି ଦୃଢକ୍ତି ପ୍ରକାଶ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button