ମନୋରଞ୍ଜନ

ପ୍ରିୟଙ୍କା ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିବା ବେଳେ ଅର୍ଚ୍ଚନାଙ୍କୁ ପିଟିଲେ କଂଗ୍ରେସ କର୍ମୀ – bajravana

[ad_1]

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ’ ବିଗ୍‌ବସ୍‌-୧୬ର ପ୍ରତିଯୋଗୀ ଥିବା ଅର୍ଚ୍ଚନା ଗୌତମ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଅର୍ଚ୍ଚନା ଗୌତମ ବିଗ୍ ବସ୍ ୧୬ରେ ଅନେକ ଘଟଣାକୁ ନେଇ ବିବାଦରେ ଥିବା ବେଳେ ଏବେ ତାଙ୍କୁ ବିଚ୍ ରାସ୍ତାରେ ମାଡ଼ ମରାଯାଇଥିବା ଜଣାଯାଇଛି। ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଅର୍ଚ୍ଚନାଙ୍କୁ କାହିଁକି ମାଡ଼ ମରାଗଲା ତାହା ଜଣାପଡ଼ିନାହିଁ।

କୁହାଯାଉଛି ଯେ, ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେବା ପରେ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅର୍ଚ୍ଚନା ଦଳୀୟ ଅଫିସକୁ ଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା କିଛି କର୍ମୀ ତାଙ୍କୁ ଭିତରକୁ ଯିବାକୁ ନଦେବା ସହ ଧକ୍କା ମାରିବା ଆରମ୍ଭ କରିଥିଲେ। ଏହି ସମୟରେ ଅର୍ଚ୍ଚନାଙ୍କ ବାପା ତାଙ୍କ ସହ ଥିଲେ ବୋଲି ଜଣାପଡ଼ିଛି। କଂଗ୍ରେସ କର୍ମୀ ମାଡ଼ ମାରିବା ପରେ ଅର୍ଚ୍ଚନାଙ୍କ ବାପା ତଳେ ପଡ଼ିଯିବାରୁ ଅଭିନେତ୍ରୀ କାନ୍ଦି କାନ୍ଦି ସାହାଯ୍ୟ ମାଗୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହା କିଛି ଲୋକ ତାଙ୍କୁ ଚୁଟି ଟାଣିବା ସହ ଏକ କାରର ବନେଟ ଉପରକୁ ଠେଲି ଦେଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।

ତେବେ ଏପର୍ଯ୍ୟନ୍ତ ଅର୍ଚ୍ଚନା ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button