news

ଆଲିଆ ଭଟ୍ଟଙ୍କ ଭଉଣୀ ୧୨ବର୍ଷ ବୟସରେ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଜାଣନ୍ତୁ

Image result for alia bhatt and sister

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରିରେ ମହେଶ ଭଟ୍ଟଙ୍କ ନାମ ଖୁବ୍‌ ପରିଚିତ। ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ତାଙ୍କର ଇଣ୍ଡଷ୍ଟ୍ରିରେ ଖୁବ ସମ୍ମାନ ରହିଛି। ମହେଶ ଭଟ୍ଟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏକି ଖୋଲାଖୋଲି ଭାବେ ନିଜ ବିଚାର ସମସ୍ତଙ୍କ ସମ୍ମୁଖରେ ରଖି ଥାଆନ୍ତି। ଏଇଥର ବି ସେ ନିଜ ପରିବାର ସହିତ ଜଡ଼ିତ ଏକ ଘଟଣାର ଖୁଲାସା କରିଛନ୍ତି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହେଶ ଭଟ୍ଟ ଖୁବ୍‌ ଶୀଘ୍ର ‘ଡାର୍କ ଡାଇଡ୍‌ ଅଫ୍‌ ଲାଇଫ୍‌: ମୁମ୍ବାଇ ସିଟି’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ସିନେମାର ଟ୍ରେଲର ଲଞ୍ଚରେ ସେ ଗଣମାଧ୍ୟମ ସହ କଥାବର୍ତ୍ତା ହେଉଥିବା ସମୟରେ କହିଛନ୍ତି, ଆଲିଆଙ୍କ ବଡ ଭଉଣୀ ସାହିନ ଭଟ୍ଟ ଛୋଟ ବୟସରୁ ଅବସାଦଗ୍ରସ୍ତ ହୋଇପଡ଼ିଥିଲା। ଏହା ଏପରି ପରିସ୍ଥିତିରେ ପହଞ୍ଚି ଯାଇଥିଲା କି ପାଖାପାଖି ଝିଅକୁ ୧୨-୧୩ବର୍ଷ ହୋଇଥିବା ସମୟରେ ସେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା। ଏହି ଘଟଣା ତାଙ୍କ ଘରେ ଘଟିଥିବା କହିଥିଲେ। ଅବସାଦ ମାନସିକ ରୋଗର ଏକ ରୂପ ଓ ଏହାର ଚିକିତ୍ସା ମଧ୍ୟ କରାଯାଇ ପାରିବ କିନ୍ତୁ ଆଜି ବି ଏହି ଅବସାଦକୁ ନେଇ ଲୋକମାନେ କମ୍‌ ଜାଗୃତ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button