ଅପରାଧ

ମାହାଙ୍ଗାରେ ତୁମୁଳକାଣ୍ଡ: ପ୍ରତାପଙ୍କ କୁଶପୁତ୍ତଳିକା ଦାହ ଉଦ୍ୟମ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ – bajravana

[ad_1]

ମାହାଙ୍ଗା: ମାହାଙ୍ଗା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ତୁମୁଳ କାଣ୍ଡ ଘଟିଛି। ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କୁଶପୁତ୍ତଳିକା ଦାହ ପାଇଁ ପ୍ରସ୍ତୁତ ହେଉଥିବା ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ ସଂଗଠନର ସମ୍ପାଦକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ତିନି ଜଣ ଆହତ ହୋଇଛନ୍ତି। ଅନ୍ୟପଟେ, ବିଧାୟକଙ୍କ ସମର୍ଥକମାନେ ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଛନ୍ତି ବୋଲି ସଂଗଠନର ସମ୍ପାଦକ ଦିଲୀପ ସାହୁ ଅଭିଯୋଗ କରିଛନ୍ତି।

ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ; ‘ନ୍ୟାୟ ପାଇଁ ଲଢ଼େଇ’ ପରିବାର ସମ୍ପାଦକଙ୍କୁ ଆକ୍ରମଣ
ବିଧାୟକଙ୍କ ସମର୍ଥକମାନେ ଆକ୍ରୋଶମୂଳକ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ସଂଗଠନ
ଉଭୟ ପକ୍ଷରୁ ୩ ଆହତ; ଥାନାରେ ଦେଲେ ପୃଥକ୍‌ ପୃଥକ୍‌ ଏତଲା

ଆଜି ଦିନ ପ୍ରାୟ ଗୋଟାଏ ବେଳେ ‘ଓଡ଼ିଶା ନ୍ୟାୟ ପାଇଁ ଲଢ଼େଇ ପରିବାର ପକ୍ଷରୁ ମାହାଙ୍ଗା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ମିସନ୍‌ ଶକ୍ତିର ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଶତାଧିକ ମହିଳା ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏହାକୁ ନେଇ ‘ନ୍ୟାୟ ପାଇଁ ଲଢ଼େଇ ପରିବାର ଓ ମିସନ୍‌ଶକ୍ତି ମହିଳା ଗୋଷ୍ଠୀ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗଣ୍ଡଗୋଳକୁ ଏଡ଼ାଇବା ପାଇଁ ପୁଲିସ ସଂଗଠନର ସମ୍ପାଦକ ଦିଲୀପ ସାହୁଙ୍କୁ ବୁଝାଶୁଝା କରି କୁଆଁପାଳ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ନେଇଥିଲେ। ଏହି ସମୟରେ କୌଣସି କାର୍ଯ୍ୟ ପାଇଁ ମାହାଙ୍ଗା ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିବା ଶତାଧିକ ମିସନ୍‌ଶକ୍ତି ମହିଳା ଏକଜୁଟ ହୋଇ କୁଆଁପାଳ ବସଷ୍ଟାଣ୍ଡରେ ପହଞ୍ଚିବା ସହ ସମ୍ପାଦକ ଶ୍ରୀ ସାହୁଙ୍କୁ ‘କଣ ପାଇଁ କମେଣ୍ଟ ମାରୁଥିଲ’ ବୋଲି ପଚାରି‌ଥିଲେ। ଶ୍ରୀ ସାହୁ ମାହାଙ୍ଗା ବ୍ଲକ୍‌ ମହିଳା ବିଜେଡି ସଭାନେତ୍ରୀ ତଥା ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା କରି ତାଙ୍କ ହାତକୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ସହିତ ଉତ୍ତ୍ୟକ୍ତ ମହିଳାମାନେ ଶ୍ରୀ ସାହୁଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ଏତିକି ବେଳେ କିଛି ଯୁବକ ମଧ୍ୟ ଶ୍ରୀ ସାହୁଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ତେବେ ମାହାଙ୍ଗା ଥାନା ଆଇଆଇସି ଶ୍ରୀ ସାହୁଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ। ଶ୍ରୀ ସାହୁଙ୍କ ସମର୍ଥକ ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବେହେରା କୁଆଁପାଳ ବଜାରସ୍ଥିତ ଏକ ଦୋକାନରେ ଥିବା ଜାଣିପରି ଉତ୍ତ୍ୟକ୍ତ ମହିଳାମାନେ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ।

ଏ ସମ୍ପର୍କରେ ମିସନ୍‌ଶକ୍ତି ମହିଳା ଓ ଜଣେ ଆହତ ବ୍ୟକ୍ତିଙ୍କ ପକ୍ଷରୁ ମାହାଙ୍ଗା ଥାନାରେ ପୃଥକ୍‌ ଅଭିଯୋଗ କରାଯାଇଛି। ମହିଳାଙ୍କ ଅଭିଯୋଗ ମୁତାବକ, ସଭାନେତ୍ରୀ ସୁସ୍ମିତା ଦାସଙ୍କ ସମେତ ମିସନ୍‌ଶକ୍ତିର କିଛି ମହିଳା କୁଆଁପାଳ ତାରିଣୀ ପୋଲ ନିକଟରୁ ଚାଲି ଚାଲି ବ୍ଲକ୍‌ କାର୍ଯ୍ୟାଳୟକୁ ଯାଉଥିଲା ବେଳେ କୁଆଁପାଳ ବଜାରର ନୀଳକଣ୍ଠ ହୋଟେଲ୍‌ ପୂର୍ବରୁ ଶ୍ରୀ ସାହୁ, ଶ୍ରୀ ବେହେରା ଓ ସେମାନଙ୍କ ସମର୍ଥକମାନେ ବିଧାୟକ ପ୍ରତାପ ଜେନାଙ୍କ ସହ ଯୋଡ଼ି କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ପରେ କୁଆଁପାଳ ବସ୍‌ଷ୍ଟାଣ୍ଡରେ ସେମାନେ ଅସୌଜନ୍ୟ ବ୍ୟବହାର କରିବା ସହିତ ଜାତିଆଣ ଆକ୍ଷେପ କରି ଆକ୍ରମଣ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତୁରନ୍ତ ମିସନ୍‌ଶକ୍ତିର ମହିଳାମାନଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଥାନା ଆଇଆଇସି ବିଜୟ କୁମାର ମଲିକ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବେହେରା ଓ ନ୍ୟାୟ ପାଇଁ ଲଢ଼େଇ ପରିବାରର ସଂପାଦକ ଦିଲୀପ ସାହୁଙ୍କୁ ପଚାରିବାରୁ ବିଧାୟକଙ୍କ ସମର୍ଥକମାନେ ଆକ୍ରୋଶମୂଳକ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ‌ଅଭିଯୋଗ କରିଛନ୍ତି। ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ରାମଚନ୍ଦ୍ର ବେହେରା, ଦିଲୀପ ସାହୁ ଓ ସୁସ୍ମିତା ଦାସ ଆହତ ହୋଇଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button