ଅପରାଧ

ଏହି ସବୁ କାରଣ ହେତୁ ବହୂୁ ଭାରତୀୟ ମହିଳା ବିବାହ ବାହାରେ ରଖୁଛନ୍ତି ସଂପର୍କ : ଡେଟିଂ ଆପ୍ ଗ୍ଲିଡେନ୍‌ – bajravana

[ad_1]

ନୂଆଦିଲ୍ଲୀ: ବିବାହକୁ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି ପତି-ପତ୍ନୀଙ୍କ ସହ ସମ୍ପର୍କ ଭଲ ନଥାଏ ତେବେ ଏହା ଶ୍ୱାସରୁଦ୍ଧର କାରଣ ହୋଇଯାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଜିର ସମୟରେ ଛାଡ଼ପତ୍ର ମାମଲା ଖୁବ୍‌ ଅଧିକ ଦେଖିବାକୁ ମିଳୁଛି। ତାହାର ଏକ ମୁଖ୍ୟ କାରଣ ହେଉଛି ପ୍ରତାରଣା। କେଉଁଠି ସ୍ବାମୀ ସ୍ତ୍ରୀକୁ ପ୍ରତାରଣା ଦେଉଛି ତ କେଉଁଠି ସ୍ବାମୀକୁ ସ୍ତ୍ରୀ। ଅନେକ କ୍ଷେତ୍ରରେ ଉଭୟ ପତି-ପତ୍ନୀ ସେମାନଙ୍କ ବିବାହରେ ଖୁସି ନଥିବା ଦେଖିବାକୁ ମିଳିଥାଏ।

ତେବେ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ କିଛି ଲୋକ ନିଜ ପାଇଁ ଅଧିକ ଖୁସି ଖୋଜିବାକୁ ଯାଇ ନିଜ ସାଥୀଙ୍କ ସହ ପ୍ରତାରଣା କରନ୍ତି। ଏଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ।

କିନ୍ତୁ ଗ୍ଲିଡେନ୍‌ ଆପ୍ ଦ୍ବାରା ଭାରତରେ ବିବାହିତା ମହିଳାଙ୍କ ଉପରେ ଏକ ସର୍ଭେ କରାଯାଇଥିଲା।  ଏଥିରେ ୫ ଲକ୍ଷରୁ ଅଧିକ ଉପଭୋକ୍ତା ସାମିଲ୍‌ ଅଛନ୍ତି। ତେବେ ଚାଲନ୍ତୁ ‌ସେ ସର୍ଭେକୁ ନେଇ ବିସ୍ତୃତ ଆ‌ଲୋଚନା କରିବା।

ତେବେ ପ୍ରଶ୍ନ ହେଉଛି, ମହିଳାମାନେ ସ୍ବାମୀ ଥିବା ସତ୍ତ୍ବେ ଅନ୍ୟ ପୁରୁଷମାନଙ୍କ ସହିତ କାହିଁକି ସମ୍ପର୍କ ରଖନ୍ତି? ଏହି ସର୍ଭେ ଭାରତରେ ଡେଟିଂ ଆପ୍ ଗ୍ଲିଡେନ୍‌ ଦ୍ୱାରା କରାଯାଇଥିଲା। ଏହାର ଫଳାଫଳ ଆପଣଙ୍କ ବୈବାହିକ ଜୀବନ ପାଇଁ ଚିନ୍ତାର କାରଣ ବନିପାରେ।  ଏହି ସର୍ଭେରେ ଅଧିକାଂଶ ମହିଳା ମୁମ୍ବାଇ, ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଏବଂ ପୁଣେ ଭଳି ମେଟ୍ରୋ ସହରର ବୋଲି ଜଣାପଡ଼ିଛି।

ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ୧୦ ଜଣ ମହିଳାଙ୍କ ମଧ୍ୟରୁ ୭ ଜଣ ନିଜ ସ୍ୱାମୀଙ୍କୁ ପ୍ରତାରଣା କରୁଛନ୍ତି। ତାହାର କାରଣ ହେଉଛି ସ୍ୱାମୀ ସେମାନଙ୍କୁ ଘର କାମରେ ସାହାଯ୍ୟ କରୁନାହାନ୍ତି। ତେବେ କିଛି ମହିଳା ନିଜ ବିବାହରେ ବିରକ୍ତ ହୋଇଯିବା କାରଣରୁ ଅନ୍ୟ ପୁରୁଷଙ୍କ ସହ ସଂପର୍କ ରଖୁଥିବା ଜଣାପଡ଼ିଛି।

ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ୩୭ ପ୍ରତିଶତ ମହିଳା ନିଜ ସ୍ବାମୀଙ୍କୁ ଅବିଶ୍ୱାସ କରନ୍ତି। ନିଜ ସ୍ବାମୀଙ୍କ ଉପରେ ଥିବା ସନ୍ଦେହ ହେତୁ କିଛି ମହିଳା ଅନ୍ୟ ସହ ସଂପର୍କରେ ରହିବାକୁ ପସନ୍ଦ କରନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button