ଖେଳ ଖବର

ବାରଣାସୀରେ ଆନ୍ତର୍ଜାତିକ ଷ୍ଟାଡିୟମ୍‌ର ଭିତ୍ତିପ୍ରସ୍ତର – bajravana

[ad_1]

ମୋଦୀଙ୍କୁ ଭାରତୀୟ ଦଳର ଜର୍ସି ଉପହାର ଦେଲେ ସଚିନ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାନପୁର ଏବଂ ଲକ୍ଷ୍ନୌ ପ‌ରେ ଏହା ଉତ୍ତରପ୍ରଦେଶର ତୃତୀୟ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ ହେବ। ଷ୍ଟାଡିୟମରେ ୩୦ ହଜାର ଲୋକ ଏକସଙ୍ଗେ ବସିପାରିବେ। ମୋଦୀ ଆଜି ବାରଣାସୀରେ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ନାରୀ ଶକ୍ତି ବନ୍ଦନ-ଅଭିନନ୍ଦନ କାର୍ଯ୍ୟକ୍ରମରେ ୫ ହଜାର ମହିଳା ସମର୍ଥକଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ମୋଦୀଙ୍କ ଉପରେ ମହିଳାମାନେ ଫୁଲ ବର୍ଷା କରି ତାଙ୍କୁ ସ୍ବାଗତ କରିଥିଲେ। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାରୀ ଶକ୍ତି ବନ୍ଦନର ଅଧିନିୟମ ଗୃହୀତ ହେବା ଦେଶ ପାଇଁ ବହୁତ ବଡ଼ ସଫଳତା ଏବଂ ଅମୃତକାଳରେ ଦେଶ ଅନେକ ବଡ଼ ନିଷ୍ପତ୍ତି ନେବ।

ଏହି ଅବସରରେ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ବିଶ୍ବକପ୍‌ ଜର୍ସି ଉପହାର ଦେଇଛନ୍ତି। ଏହି ଷ୍ଟାଡିୟମ୍‌ ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ଉତ୍ତରପ୍ରଦେଶ ସରକାର ୧୨୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ବିସିସିଆଇ ପକ୍ଷରୁ ଷ୍ଟାଡିୟମ୍‌ ନିର୍ମାଣରେ ୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମହାଦେବ ଶିବଙ୍କୁ ସମର୍ପିତ ଏହି ଷ୍ଟାଡିୟମ୍‌ର ରୂପରେଖ ମଧ୍ୟ ଆକର୍ଷଣୀୟ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଗ୍ୟାଲେରି ଛାତକୁ ଅର୍ଦ୍ଧଚନ୍ଦ୍ର ଆକୃତିର ଡିଜାଇନ୍‌ କରାଯାଇଥିଲା ବେଳେ ଫ୍ଲଡ୍‌ଲାଇଟ୍‌କୁ ତ୍ରିଶୁଳ ଆକାର ଦିଆଯାଇଛି। ଘାଟର ପାହାଚ ଭଳି ଗ୍ୟାଲେରି କରାଯାଉଥିବା ସହ ବେଲପତ୍ର ଭଳି ସମ୍ମୁଖଭାଗକୁ ପ୍ରସ୍ତୁତ କରାଯିବ। ଏଥିସହିତ ଡମ୍ବରୁ ଆକ୍ରୁତିର ଏକ କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିବ। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଂବଦନ୍ତି କ୍ରିକେଟର୍‌ ସୁନୀଲ ଗାଭାସ୍କର, ଦିଲ୍ଲୀପ ଭେଙ୍ଗସରକାର, ରବି ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ବିସିସିଆଇ ପକ୍ଷରୁ ସଭାପତି ରୋଜର ବିନ୍ନି, ଉପସଭାପତି ରାଜୀବ ଶୁକ୍ଳା ଓ ସମ୍ପାଦକ ଜୟ ଶାହ ଯୋଗଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button