ବିଜେଡିର ଜନ ସଂପର୍କ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ
ଭଂଜନଗର,(ସନ୍ତୋଷ କୁମାର ଜେନା): ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡି ପକ୍ଷରୁ ବ୍ଲକର ଚଢ଼ିଆପଲ୍ଲୀ ଓ ପଞ୍ଚଭୂତି ଗ୍ରାମର ବିଭିନ୍ନ ସାହିରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି ଲ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବାଚସ୍ପତି ବିଧାୟକ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିଲେ l ଏତଦବ୍ୟତୀତ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଜୟଶ୍ରୀ ସାହୁ,ଉପାଧକ୍ଷ ରଞ୍ଜିତ କୁମାର ପାତ୍ର, ୨୪ ନମ୍ୱର ଜୋନ ଜିଲ୍ଲାପରିଷଦ ସଭ୍ୟା ମାନସୀ ସେଠୀ,୨୩ ନମ୍ୱର ଜୋନ ଜିଲ୍ଲାପରିଷଦଙ୍କ ପ୍ରତିନିଧି ବସନ୍ତ କୁମାର ପ୍ରଧାନ, ୨୨ ନମ୍ୱର ଜୋନ ଜିଲ୍ଲାପରିଷଦ ସଭ୍ୟ ଶିବ ସେଠୀ,ଚଢ଼ିଆପଲ୍ଲୀ ସରପଞ୍ଚ ସଙ୍ଗୀତା ଆଲତିଆ, ସମିତିସଭ୍ୟ ମନୋଜ ବେହେରା ,ପଞ୍ଚଭୂତି ନ୍ୟାୟ ସରପଞ୍ଚ ମାମା ନାଇକ, ବରିଷ୍ଟ ଆଇନଜୀବୀ ଦିବାକର ନାୟକ , ଭଂଜନଗର ଯୁବ ବିଜେଡି ସଭାପତି ରବୀନ୍ଦ୍ର ପ୍ରଧାନ, ଜଗନ୍ନାଥ ପ୍ରସାଦ ବିଜେଡି ଯୁବ ସଭାପତି ଶ୍ରୀକାନ୍ତ ଦଳବେହେରା ,ଛାତ୍ର ସଭାପତି ବିଭୂତି ଭୂଷଣ ନାୟକ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଆଇନଜିବି ରଙ୍କନିଧି ପାତ୍ର ମଞ୍ଚ ପରିଚଳନା କରିଥିଲେ lପୂର୍ବତନ ବିଧାୟକ ଆରୁଖ ଭାଷଣରେ ମତବ୍ୟକ୍ତ କରିଥିଲେ ଜଗନ୍ନାଥ ପ୍ରସାଦ ବ୍ଲକର ଭୌଗଳିକସ୍ଥିତି ତଥା ଅର୍ଥନୈତିକ, ସାମାଜିକ, ଶିକ୍ଷା, ଗମନା ଗମନ, ମହିଳା ସଶକ୍ତିକରଣ, ପାନୀୟ ଜଳ ସମସ୍ୟା କେବଳ ବିଜେଡି ସରକାର ଦ୍ବାରା ସମ୍ଭବ ହୋଇଚି l କିନ୍ତୁ ଭାଜପା ସରକାର ଜନସାଧରଣକୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ନୂତନ ସରକାର ଗଠନ କରିଚି l ଏହି ସରକାର ଗଠନ କରିବାର ଦୀର୍ଘ ଚାରିମାସ ବିତିଯାଇଥିଲେ ସୁଧା ସ୍ଥାନୀୟ ବ୍ଲକକୁ ଆଜିଯାଏଁ କୌଣସି ଅନୁଦାନଟିଏ ଆଣି ପାରିନାହିଁ l ଏହା ଏକ ରଙ୍ଗ ବୋଳା ସରକାର କହି ପଥପ୍ରାନ୍ତ ସଭାରେ ଭାଜପା ସରକାରଙ୍କୁ ଆରୁଖ ସମାଲୋଚନା କରିଥଲେ l