ଖେଳ ଖବର

କଳିଙ୍ଗରେ ଉଦୀୟମାନଙ୍କୁ ଅନ୍ତର୍ଜାତୀୟ ଅନୁଭବ – bajravana

[ad_1]

ଦେସିଙ୍ଗୁଙ୍କ ଜାତୀୟ କୀର୍ତ୍ତିମାନ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ବିଗତ ଦଶନ୍ଧି ମଧ୍ୟରେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ପ୍ରଶଂସା ସାଉଁଟିଛି। ଏବେ କିନ୍ତୁ ନବ ନିର୍ମିତ ବିରଳ ଇନ୍‌ଡୋର୍ ଆକ୍ବାଟିକ୍‌ ସେଣ୍ଟର୍‌ ଚର୍ଚ୍ଚାକୁ ଆସିଛି। ପ୍ରଥମ ଥର ପାଇଁ ନିର୍ମିତ ଏହି ଅତ୍ୟାଧୁନିକ ସନ୍ତରଣ କେନ୍ଦ୍ର ଉଦୀୟମାନ ପ୍ରତିଭାଙ୍କ ପ୍ରଶଂସାର ପାତ୍ର ପାଲଟିଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ୩୯ତମ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତା ଏବଂ ୪୯ତମ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି ସେମାନେ ଏଠାକାର ଭିତ୍ତିଭୂମି ଓ ସବୁଧା ସୁଯୋଗ ଦେଖି ଅଭିଭୂତ। ଅନ୍ତର୍ଜାତୀୟ ପ୍ରତିଯୋଗ‌ିତାରେ ଥିବା ସମସ୍ତ ବ୍ୟବସ୍ଥା ଏଠାରେ ଉପଲବ୍‌ଧ ଥିବାରୁ ସେମାନେ ଉତ୍ସାହିତ ଏବଂ ଉଲ୍ଲସିତ ଅଛନ୍ତି। ୧୦ରୁ ୧୭ ବର୍ଷ ବୟସ ଭିତରେ ଥିବା ଏହି ଖେଳାଳିମାନେ ସେମାନଙ୍କ କ୍ୟାରିୟର୍ ପ୍ରାରମ୍ଭରେ ଏକ ଠିକଣା ସ୍ଥାନରେ ଜାତୀୟ ପ୍ରତିଯୋଗିତା ଖେଳୁଥିବାରୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ଲାଗିଛନ୍ତି। ପ୍ରଥମ ଦୁଇ ଦିନରେ ମୋଟ ୫ ଜାତୀୟ ରେକର୍ଡ ସୃଷ୍ଟି ହେବା ଏବଂ ଅନେକ ଖେଳାଳି ସେମାନଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ବଢ଼ାଇଥିବାରୁ ଖୁସି ହୋଇଛନ୍ତି। ପ୍ରତିଯୋଗିତା ଏବଂ ୱାର୍ମ ଅପ୍‌ ପୁଲ୍‌ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ଥିବାରୁ ଏହା ନିରଂତର ଭାବେ ୨୬ ଡିଗ୍ରୀ ରହୁଛି, ଯାହାକି ସେମାନଙ୍କୁ ଉନ୍ନତ ପ୍ରଦର୍ଶନ ଦେବାରେ ସହାୟକ ହେଉଛି।

ଗ୍ରୁପ୍‌-୧ ବାଳିକାର ୧୦୦ ମିଟର୍ ବ୍ୟାକଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଏବଂ ୨୦୦ ମିଟର୍‌ ଆଇଏମ୍‌ରେ ରୌପ୍ୟ ବିଜୟୀ କର୍ଣ୍ଣାଟକର ନୈଶା କହିଛନ୍ତି ‘ସାଧାରଣତଃ ପୁଲ୍‌ ଖୋଲିବା ମା‌ତ୍ରେ ଏହାର ତାପମାତ୍ରା ବଢ଼ିଯାଉଥିବାରୁ ସୁଇମସୁଟ୍‌ ପରିଧାନରେ ଅସୁବିଧା ହୋଇଥାଏ। ପ୍ରତିଯୋଗିତା, ୱାର୍ମ ଅପ୍‌ ଏବଂ ଚେଞ୍ଜିଂ ରୁମ୍‌ ଶୀତତାପ ନିୟନ୍ତ୍ରିତ ଥିବାରୁ ସେଭଳି ଅସୁବିଧା ଏଠାରେ ହେଉ ନାହିଁ। ପ୍ରଥମ ଥର ପାଇଁ ମୁଁ ଏଭଳି ଅନୁଭବ ପାଇଛି’। ଭାରତୀୟ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହିତ ଏକାଧିକ ଥର ଫିନା ଜୁନିୟର୍ ବିଶ୍ବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ରାଧୀମା ବିରେନ୍ଦର କୁମାର କହିଛନ୍ତି ‘ଆମେ ଅନ୍ତର୍ଜାତୀୟ ପ୍ରତିଯୋଗିତା ବେଳକୁ ହିଁ ଏଭଳି ସୁବିଧା ସୁଯୋଗ ଦେଖିଥାଉ। ଯୁବ ଖେଳାଳିମାନେ ଖେଳ ଜୀବନ ପ୍ରାରମ୍ଭରେ ଏଭଳି ସୁଯୋଗ ପାଇବା ତାଙ୍କୁ ନିଶ୍ଚିତ ଭଲ ପ୍ରଦର୍ଶନର ବାଟ ଦେଖାଇବ’। ସୂଚନାଯୋଗ୍ୟ, କଳିଙ୍ଗ ରେସିଂ ଇନ୍‌ଡୋର୍‌ରେ ରାଧୀମା ଗ୍ରୁପ୍‌-୧ ବାଳିକାର ୧୦୦ ମିଟର୍ ବ୍ୟାକଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଏଠାକାର ପୁଲ୍‌କୁ ଢ଼େର ଉପଭୋଗ କରିଛନ୍ତି।

ସୂଚନାଯୋଗ୍ୟ, ୫ ଦିନିଆ ଏହି ଦୁଇ ଜାତୀୟ ପ୍ରତିଯୋଗିତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୫ ରାଜ୍ୟରୁ ପ୍ରାୟ ୯୦୦ ସନ୍ତରଣ ପ୍ରତିଭା ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରୁ ମଧ୍ୟ ଡିସେମ୍ବରରେ ଫିଲିପାଇନ୍ସରେ ଖେଳାଯିବାକୁ ଥିବା ବିଭିନ୍ନ ବୟସ ବର୍ଗର ଏସୀୟ ସନ୍ତରଣ ପ୍ରତିଯୋଗିତା ଲାଗି ଖେଳାଳି ଚୟନ କରାଯିବ।

ଦେସିଙ୍ଗୁଙ୍କ ଜାତୀୟ କୀର୍ତ୍ତିମାନ

ଭୁବନେଶ୍ବର: କର୍ଣ୍ଣାଟକର ଡି ଦେସିଙ୍ଗୁ ବାଳିକା ୧୦୦ ମିଟର ଫ୍ରି ଷ୍ଟାଇଲ୍‌ ସନ୍ତରଣରେ ନୂଆ ଜାତୀୟ କୀର୍ତ୍ତିମାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ର ଆକ୍ବାଟିକ୍‌ ସେଣ୍ଟରରେ ଚାଲିଥିବା ଜାତୀୟ ଉପକନିଷ୍ଠ ଓ କନିଷ୍ଠ ପ୍ରତିଯୋଗିତାରେ ଧିନିଧି ୫୭.୬୭ ସେକେଣ୍ଡ ସମୟ ନେଇ ମାନା ପଟେଲ୍‌ଙ୍କ ଦ୍ବାରା ୨୦୧୪ରେ ସ୍ଥାପିତ ପୂର୍ବ କୀର୍ତ୍ତିମାନ (୫୯.୧୨ ସେକେଣ୍ଡ)କୁ ପଛରେ ପକାଇଦେଇଥିଲେ। ବାଳକ ବର୍ଗର ୧୦୦ ମିଟର ଫ୍ରି ଷ୍ଟାଇଲ୍‌ରେ କର୍ଣ୍ଣାଟକର ଈଶାନ୍‌ ମେହରା ମଧ୍ୟ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଇଭେଣ୍ଟରେ ଈଶାନ୍‌ ୧:୦୦.୬୪ ମିନିଟ୍‌ ସମୟ ନେଇଥିଲା ବେଳେ ଗତବର୍ଷ ସୁହାସ ପ୍ରୀତମ୍‌ଙ୍କ (୧:୦୧.୨୯ ମିନିଟ୍‌) ସମୟକୁ ଅତିକ୍ରମ କରିଥିଲେ। ବେଦାନ୍ତ ମଧିର ରୌପ୍ୟ ପଦକ ପାଇଥିଲେ। ପ୍ରଥମ ଦିନରେ କୀର୍ତ୍ତିମାନ କରିଥିବା ଆସାମର ଜନଞ୍ଜୟ ଜ୍ୟୋତି ହଜାରିକା ୫୦ ମିଟର ବଟରଫ୍ଲାଏରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button