ଖେଳ ଖବର

ଆଇପିଏଲ : ଷ୍ଟୋଇନିସଙ୍କ ଅର୍ଦ୍ଧଶତକ, ଗୁଜରାଟ ଆଗରେ ୧୬୪ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ – bajravana

[ad_1]

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୧ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ବିଜୟ ପାଇଁ ୧୬୪ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ ।

ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳୀୟ ସ୍କୋର ମାତ୍ର ୬ ରନ ହୋଇଥିବାବେଳେ କ୍ବିଣ୍ଟନ ଡିକକ୍ ଆଉଟ ହୋଇଥିଲେ । ସେହିପରି ୧୮ ରନ ସ୍କୋର ବେଳେ ଦେବଦତ୍ତ ପଲ୍ଲିକଲ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ କେଏଲ ରାହୁଲ ଓ ମାର୍କସ ଷ୍ଟୋଇନିସଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରାହୁଲ୍ ୩୩ ରନ କରିଥିବାବେଳେ ଷ୍ଟୋଇନିସ୍ ୫୮ ରନ କରିଥିଲେ । ନିକୋଲାସ୍ ପୁରନ୍ ୩୨ ରନ କରିଥିବାବେଳେ ଆୟୁଷ ବାଦୋନି ୨୦ ରନ କରିଥିଲେ । ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୩ରନ କରିଥିଲା । ଗୁଜରାଟ ଦଳ ପକ୍ଷରୁ ଉମେଶ ଯାଦବ ଓ ଦର୍ଶନ ନାଲକଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button