ମନୋରଞ୍ଜନ

ଜାଗୁଆରରେ ବୁଲନ୍ତି ପରୀ, ରାଘବ ଚଢ଼ନ୍ତି ସ୍ବିପ୍ଟ ଡିଜାୟାର; ସମ୍ପତ୍ତି ତୁଳନାରେ ଢ଼େର ପଛରେ ରାଘବ – bajravana

[ad_1]

ଜୟପୁର: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମେହେନ୍ଦୀ କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତାକାଲି ହେବ ବାହାଘର। ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି। ଉଭୟଙ୍କ ବୟସରେ କେବଳ ୨୫ଦିନର ପାର୍ଥକ୍ୟ ଅଛି। ହେଲେ ରୋଜଗାର ଦେଖିବାକୁ ଗଲେ ଦୁହିଁଙ୍କ ମଧ୍ୟରେ ରହିଛି ଆକାଶ-ପାତାଳର ଫରକ। କାର ଏବଂ ସମ୍ପତ୍ତି ଦୃଷ୍ଟିରୁ ପରୀ, ରାଘବଙ୍କଠାରୁ ଢ଼େର ଆଗରେ। ଗୋଟିଏ ପଟେ ପରୀ ୯୯ଲକ୍ଷ ଟଙ୍କା ମୂଲ୍ୟର ଜାଗୁଆର କାରରେ ବୁଲୁଥିବାବେଳେ ରାଘବଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଏହାର ଅଧା ଅଟେ।

ଜାତୀୟ ଗଣମାଧ୍ୟମ ମୁତାବକ, ପରୀ ୬୦କୋଟିର ମାଲିକାଣୀ ହୋଇଥିବା ବେଳେ ରାଘବ ମାତ୍ର ୫୦ଲକ୍ଷ ଟଙ୍କାର ମାଲିକ ଅଟନ୍ତି।ପରୀଙ୍କ ପାଖରେ ଅଡି ଏ୬, ଜାଗୁଆର ଏକ୍ସଜେଏଲ, ଅଡି କ୍ୟୁ୫ ରହିଛି। ଜାଗୁଆରର ମୂଲ୍ୟ ୯୯ଲକ୍ଷ ଟଙ୍କା ବୋଲି କୁହାଯାଉଥିବା ବେଳେ ଅଡି ଏ୬ର ମୂଲ୍ୟ ୬୧ଲକ୍ଷ ଟଙ୍କା ଏବଂ ଅଡି କ୍ୟୁ୫ର ମୂଲ୍ୟ ୫୫ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରାଘବ ଚଢ଼ାଙ୍କ ପାଖରେ ୨୦୦୯ ମଡେଲ ମାରୁତି ସ୍ବିଫ୍ଟ ଡିଜାୟାର କାର ରହିଛି। ରାଘବ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଥିବା ବେ‌ଳେ ଆମ୍ ଆଦମୀ ପାର୍ଟିର ଜଣେ ରାଜ୍ୟସଭା ସାଂସଦ ଅଟନ୍ତି। ଜଣେ ସାଂସଦ ଭାବରେ ରାଘବଙ୍କ ମାସିକ ଦରମା ହେଉଛି ୩୦ହଜାର। ଏହା ସହିତ ଅନେକ ଭତ୍ତା ତାଙ୍କୁ ମିଳୁଛି, ଯାହାକୁ ମିଶାଇଲେ ତାଙ୍କର ମାସିକ ଆୟ ୧ଲକ୍ଷ ହୋଇଥାଏ। ଏହା ବ୍ୟତୀତ ତାଙ୍କୁ ଅନେକ ସୁବିଧା ମଧ୍ୟ ମିଳିଥାଏ।

ଅନ୍ୟପକ୍ଷରେ, ରୋଜଗାର କ୍ଷେତ୍ରରେ ପରିଣୀତି ରାଘବଙ୍କଠାରୁ ବହୁତ ଆଗରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରିଣୀତି ଗୋଟିଏ ମାସରେ ୪୦ଲକ୍ଷରୁ ଅଧିକ ରୋଜଗାର କରନ୍ତି। ପରିଣୀତିଙ୍କର ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି ଏବଂ ତାଙ୍କ ପାଖରେ ଅନେକ ଦାମୀ କାର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button