ଓଡିଶା

ବଙ୍ଗୋପସାଗରରୁ ନୂତନ ପ୍ରଜାତିର ମାଛ – bajravana

[ad_1]

ଗୋପାଳପୁର: ଭାରତୀୟ ପ୍ରାଣୀବିଜ୍ଞାନ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଏକ ନୂତନ ପ୍ରଜାତିର ମାଛ ଚିହ୍ନଟ କରାଯାଇଛି। ଏହି ସାମୁଦ୍ରିକ ମାଛଟି ଟେରିଗୋଟ୍ରିଗାଲ୍‌ ପ୍ରଜାତିର ହୋଇଥିବା ବେଳେ ଏହା ଭାରତର ପୂର୍ବ ଉପକୂଳର ଦୀଘା ମୁହାଣରୁ ୨୦୧୮ ମସିହାରେ ୨୪ଟି ନମୁନା ସଂଗ୍ରହ କରାଯାଇଥିଲା। ସାମୁଦ୍ରିକ ମାଛଟି କମଳା ରଙ୍ଗର ହୋଇଥିବା ବେଳେ ମଝିରେ କଳା ଛିଟା ରହିଛି, ଏଥିରେ ୨ଟି କଣ୍ଟା ରହିଥିବା ଗବେ‌ଷଣା ବେଳେ ଜଣାପଡ଼ିଛି। ଗୋପାଳପୁରସ୍ଥିତ ଜେଡ୍‌ଏସ୍‌ଆଇ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ରଙ୍କ ତତ୍ତ୍ବ‌ାବଧାନ ଏବଂ ଶୁଭେନ୍ଦୁ ଶେଖର ମିଶ୍ର, ବାଜକୁଳ ମିଳନୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ଦୀପାଞ୍ଜନ ରାୟ, ଗବେଷକ ସନମିତ୍ରା ରୟ ଏବଂ ଅଙ୍କିତା ମିଶ୍ରଙ୍କ ମିଳିତ ସହଯୋଗରେ ମାଛର ପରୀକ୍ଷା ହୋଇଥିଲା। ସଂପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରାୟ ୫ବର୍ଷ ସମୟ ଲାଗିଥିଲା। ଏହି ସାମୁଦ୍ରିକ ମାଛର ନାମ ଟେରିଗୋଟ୍ରିଗ୍ଲା ଇଣ୍ଟରମେଡ଼ିକା ରଖାଯାଇଥିବା ବୈଜ୍ଞାନିକ ଡା. ମହାପାତ୍ର କହିଛନ୍ତି।

୨୦୧୮ ଅକ୍ଟୋବର ୨୦ ତାରିଖରେ ସହକାରୀ ପ୍ରଫେସର ଦୀପାଞ୍ଜନ ରୟଙ୍କ ଦ୍ବାରା ଏହି ମାଛଟି ସଂଗୃହୀତ ହୋଇଥିଲା। ମାଛର ନାମକରଣ ଟେରିଗୋଟ୍ରିଗ୍ଲା ଇଣ୍ଟରମେଡିକା ରଖାଯିବାର କାରଣ ଏହାର ଏକ ଲମ୍ବା ଅପର୍‌କୁଲାର ମେରୁଦଣ୍ଡ ଏବଂ ଏକ ଅତି କ୍ଷୁଦ୍ର କ୍ଲିଥ୍ରାଲ୍ ମେରୁଦଣ୍ଡରେ ୨୭ଖଣ୍ଡ ହାଡ଼ ରହିଛି। ମୁଣ୍ଡ ଚେପଟା, ଏହି ମାଛର କଣ୍ଟା ବିଷାକ୍ତ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button