ଅପରାଧ

ଧରାପଡ଼ିଲାନି ମୂର୍ତ୍ତି ଚୋର ଗ୍ୟାଙ୍ଗ୍‌: ଚୋରିହୋଇଛି ୩୦ରୁ ଅଧିକ ଅଷ୍ଟଧାତୁ ବିଗ୍ରହ – bajravana

[ad_1]

ବାଲିଅନ୍ତା ବଜାର: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାଚୀନ ମନ୍ଦିରରୁ ଚୋରି ହୋଇଥିବା ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ମାମଲାର ପର୍ଦ୍ଦାଫାସ କରିପାରିନି କମିସନରେଟ୍‌ ପୁଲିସ। ବର୍ଷକରୁ ଅଧିକ ଦିନ ବିତିଯାଇଥିଲେ ବି ପୁଲିସ ଏହି ରୢାକେଟ୍‌ର ଟେର୍ ପାଇନାହିଁ। ଲଗାତାର ୫/୬ଟି ମାମଲାରେ ବିଭିନ୍ନ ମନ୍ଦିରରୁ ୩୦ରୁ ଅଧିକ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଅଥଚ ପୁଲିସ ଗୋଟିଏ ବି ମାମଲାର ପତ୍ତା ଲଗାଇପାରିନାହିଁ। ପାହାଳ, ବାଲିଅନ୍ତା ଥାନା ପୁଲିସ ହାତବାନ୍ଧି ବସିଥିବା ବେଳେ ସ୍ପେସାଲ୍‌ ସ୍କ୍ବାଡ୍‌ ବି ମୂର୍ତ୍ତି ଚୋର ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ‌ହୋଇନାହିଁ। ଦୀର୍ଘ ଦିନ ଧରି ମୂଲ୍ୟବାନ ଧାତୁ ନିର୍ମିତ ଆରାଧ୍ୟ ଦେବତାଙ୍କ ବିଗ୍ରହ ମିଳିନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଗତ ବର୍ଷ ମେ ୨୯ ତାରିଖ ରାତିର ଘଟଣା। ପ୍ରତାପରୁଦ୍ରପୁର ପଞ୍ଚାୟତର ଆରାଧ୍ୟ ଠାକୁର ଶ୍ରୀଆଖଣ୍ଡଳେଶ୍ୱର ମନ୍ଦିରରୁ ଚନ୍ଦ୍ରଶେଖର, ମା’ ପାର୍ବତୀ, ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି ହେଲା। ସେହିଦିନ ରାତିରେ ଜୟଦେବ ପଞ୍ଚାୟତର ଲକ୍ଷ୍ମୀନାରାୟଣ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ଠାକୁରଙ୍କ ଚଳନ୍ତି ବିଗ୍ରହ ଚୋରି ହେଲା। ଗୋଟିଏ ରାତିରେ ଦୁଇ ଦୁଇ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲା ପୁଲିସର ମୁଣ୍ଡବିନ୍ଧା ବଢ଼ାଇଥିଲା। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହଯୋଗରେ ଛାନ୍‌ଭିନ କଲା। ମାତ୍ର କିଛି ପାଇଲା ନାହିଁ। ଏହି ଚୋରିର ଠିକ ୧୦ ଦିନ ପରେ ବାଳକାଟୀ ଫାଣ୍ଡି ଅଞ୍ଚଳ ଟଙ୍କପାଣି ରୋଡ୍‌ ଲକ୍ଷ୍ମୀନାରାୟଣ ମନ୍ଦିରରୁ ପୁଣି ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଲା। ଏଥର ଖୋଦ୍‌ ଡିସିପି ପ୍ରତୀକ୍‌ ସିଂ ମାମଲାର ତଦାରଖ କଲେ। ମୂର୍ତ୍ତି ଚୋର ରୢାକେଟ୍‌କୁ ଠାବ କରିବାକୁ ସ୍ପେସାଲ୍‌ ଟିମ୍‌ କାମ କରିବ ବୋଲି କହିଥିଲେ। କିନ୍ତୁ ସବୁକିଛି ସେମିତି ଘୋଷଣାରେ ରହିଗଲା। ଏପର୍ଯ୍ୟନ୍ତ ଚୋରମାନଙ୍କର ଟେର୍‌ ମିଳୁନାହିଁ। ଏହାର କିଛି ଦିନ ପରେ ବାଲିଅନ୍ତା ନିକୁଞ୍ଜବିହାରୀ ଦେବଙ୍କ ମନ୍ଦିରରୁ ଅଳଙ୍କାର ଲୁଟ୍‌ ହୋଇଛି। ପଞ୍ଚବଟୀ ତାରିଣୀ ମନ୍ଦିରରୁ ବି ଅଳଙ୍କାର ଚୋରି ହୋଇଛି। ଗତବର୍ଷ ପାହାଳ ଥାନା ହରିଦାସପୁର ମନ୍ଦିରରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ବିଗ୍ରହ ଚୋରି ହୋଇଥିଲା। ଭିଙ୍ଗାରପୁରସ୍ଥିତ ୩୦୦ ଶହ ବର୍ଷର ପ୍ରାଚୀନ ଗୋପୀନାଥ ଦେବ ମନ୍ଦିରରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଏସବୁ ମନ୍ଦିର ଚୋରି ମାମଲାରେ ଏକ ସ୍ବତନ୍ତ୍ର ରୢାକେଟ୍‌ କାମ କରୁଥିବା ବିଶ୍ବାସ କରାଯାଉଛି। କୌଣସି ବଡ଼ଧରଣର ଗ୍ୟାଙ୍ଗ୍‌ ଏହି ଚୋରି କରୁଛି। ମାତ୍ର ବର୍ଷ ବର୍ଷ ଧରି ପୁଲିସ ଅନୁସନ୍ଧାନ କେବଳ କାଗଜପତ୍ରରେ ସୀମିତ ରହୁଛି। ଅଷ୍ଟଧାତୁ ମୂର୍ତ୍ତି ଚୋରି ସମ୍ପର୍କରେ ଥାନା ଅଧିକାରୀଙ୍କୁ ଯୋ‌ଗାଯୋଗ କଲେ, ତଦନ୍ତ ଚାଲିଛି ବୋଲି ଗୋଟିଏ ଘୋଷା ଉତ୍ତର ମିଳୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button