ସ୍ୱାସ୍ଥ୍ୟ

ଶୀତ ଦିନେ ଖାଆନ୍ତୁ ଚିନାବାଦାମ : ମିଳିବ ଏହି ସବୁ ଫାଇଦା – bajravana

[ad_1]

ଶୀତ ଦିନେ ଗାଁ ହେଉ ଅବା ସହର ରାସ୍ତା କଡ଼ରେ ଭଜା ଚିନାବାଦାମ ବିକ୍ରି ହେଉଥିବା ପ୍ରାୟ ସମସ୍ତେ ଦେଖିଥିବେ ନିଶ୍ଚୟ । ଥଣ୍ଡା ଋତୁ ଆସିବା ପରେ ରାସ୍ତା କଡ଼ରେ କେବଳ ଭଜା ବାଦାମ ନୁହେଁ, ବାଦାମର ବିଭିନ୍ନ ଚିକି, ଗଜକ ଓ ସିଝା ବାଦାମ ମିଳିଥାଏ । କେବେ ଭାବିଛନ୍ତି କି ଶୀତ ଦିନେ କାହିଁକି ବହୁ ମାତ୍ରାରେ ବାଦାମ ବିକ୍ରି ହୋଇଥାଏ ।

ଚିନାବାଦାମ ପୋଷଣ ତତ୍ତ୍ୱରେ ଭରପୂର । ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହା ପ୍ରୋଟିନ୍‌ରେ ଭରା, ତା’ ସହିତ ମାଇକ୍ରୋ ଓ ମାକ୍ରୋ-ନ୍ୟୁଟ୍ରିଏଣ୍ଟ ମଧ୍ୟ ରହିଛି, ଯାହା ବ୍ୟକ୍ତିଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ସେହିପରି ଚିନାବାଦାମ ଆଲମଣ୍ଡ, ପିସ୍ତା ଓ ଅଖରୋଟ୍‌ ପରି ସେତେଟା ଦାମୀ ନୁହେଁ ।

ବାଦାମକୁ ଭଜା ବା ସିଝାଇ ଖାଇପାରିବେ । ୧୦୦ ଗ୍ରାମ ଚିନା ବାଦାମରେ ୨୫.୮ ଗ୍ରାମ ପ୍ରୋଟିନ୍‌ ରହିଥାଏ । ଏହା ପ୍ରୋଟିନ୍‌ର ଏକ ପ୍ରମୁଖ ସ୍ରୋତ । ତେଣୁ ଶୀତରେ ଏହା ଶରୀର ପାଇଁ ଲାଭଦାୟକ । କିନ୍ତୁ ଆବଶ୍ୟଠାରୁ ଅଧିକ ଚିନାବାଦାମ ଖାଇବା ଆଦୌ ଉଚିତ୍‌ ନୁହେଁ । କାରଣ ଏହା ହୃଦୟରୋଗୀଙ୍କ ପାଇଁ ଖୁବ୍‌ କ୍ଷତିକାରକ । ଏହା ଖରାପ କୋଲେଷ୍ଟେରଲ୍‌ ମାତ୍ରାକୁ ମଧ୍ୟ କମ୍‌ କରିଥାଏ । ସେହିପରି ମଧୁମେହ ଥିଲେ ଅଧିକ ଚିନାବାଦାମ ଖାଇବା ଅନୁଚିତ୍‌ । ଏହା ଖଣିଜ ପଦାର୍ଥ, ଭିଟାମିନ୍‌, ପ୍ରୋଟିନ୍‌, ଓମେଗା-୩, ଓମେଗା-୬, ଫାଇବର, ଫେଲେଟ୍‌, ଭିଟାମିନ୍‌-ଇ, ଥାୟାମିନ୍‌, ଫସ୍‌ଫରସ ଓ ମ୍ୟାଗନେସିୟମ୍‌ର ପ୍ରମୁଖ ସ୍ରୋତ ମଧ୍ୟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button