ମନୋରଞ୍ଜନ

ମୁଁ ଅସଭ୍ୟ, ଜ୍ଞାନୀ ଓ ହିଂସ୍ର; ଇନଷ୍ଟା ଷ୍ଟୋରୀରେ ଏଭଳି ଲେଖିଲେ କଙ୍ଗନା – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ। ଏମଧ୍ୟରେ କଙ୍ଗନା ଇନଷ୍ଟା‌ ଷ୍ଟୋରୀରେ ଏକ ପୋଷ୍ଟ କରି ନିଜର ପ୍ରଶଂସା କରିଥିବା ଦେଖାଯାଇଛି। ପୋଷ୍ଟରେ ସେ ନିଜକୁ ଜ୍ଞାନୀ ଓ ବ୍ୟାଟମ୍ୟାନ୍ କହିଛନ୍ତି।

କଙ୍ଗନା ଲେଖିଛନ୍ତି ଯେ, ଏ କଥାରେ ସମସ୍ତେ ରାଜି ହେବେ ଯେ, ମୁଁ ବହୁତ ଅସଭ୍ୟ। ହିଂସ୍ର ଓ ଉଗ୍ର ଆଚରଣ ସମ୍ପନ୍ନ ମଧ୍ୟ। ମୁଁ ହିଂସାକୁ ଆଉ ହିଂସା ମୋତେ ଭଲପାଏ। ମୁଁ ଟିକିଏ ଖରାପ ଓ ବହୁତ ଜିଦି। ଏହା ସହ ମୁଁ ବହୁତ ଜ୍ଞାନୀ ମଧ୍ୟ। ଏହାକୁ କୁହନ୍ତି ବ୍ୟାଟମ୍ୟାନ୍, ତାହା ହେଉଛି ମୁଁ।

ତେବେ ‘ଚନ୍ଦ୍ରମୁଖୀ’ର ପ୍ରଥମ ଭାଗ ୨୦୦୫ରେ ରିଲିଜ୍ ହୋଇଥିଲା। ଏବେ ଏହାର ସିକ୍ବେଲ ନିର୍ମାଣ କରାଯାଇଥିବା ବେଳେ ଏଥିରେ ସୁପରଷ୍ଟାର ଜ୍ୟୋତିକାଙ୍କ ସ୍ଥାନ ନେଇଛନ୍ତି କଙ୍ଗନା। ଏହା ସହ ରାଘବ ଲରେନ୍ସ,ବେଟ୍ଟିୟନ ରାଜାଙ୍କ ଚରିତ୍ରରେ ନଜର ଆସି ରଜନୀକାନ୍ତଙ୍କ ସ୍ଥାନ ନେଇଛନ୍ତି। ପ୍ରଥମ ଭାଗରେ ରଜନୀକାନ୍ତ ବେଟ୍ଟିୟନ ରାଜାଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ‘ଚନ୍ଦ୍ରମୁଖୀ-୨’ ସହ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସ’ ଓ ‘ତେଜସ’ ରିଲିଜ୍ ଅପେକ୍ଷାରେ ରହିଛି।

କିଛି ଦିନ ତଳେ ଜ୍ୟୋତିକା, କଙ୍ଗନାଙ୍କୁ ପ୍ରଶଂସା କରି କହିଥିଲେ ଯେ, “ଭାରତୀୟ ସିନେମାର ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିଥିବାରୁ ଅତ୍ୟନ୍ତ ଗର୍ବିତ। ଆପଣ ଚନ୍ଦ୍ରମୁଖୀଙ୍କ ଚରିତ୍ରରେ ବହୁତ ସୁନ୍ଦର ଦିଶୁଛନ୍ତି। ମୁଁ ଆପଣଙ୍କ ଅଭିନୟର ବହୁତ ବଡ଼ ପ୍ରଶଂସକ ଏବଂ ଏହି ଫିଲ୍ମରେ ଆପଣଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛି। ଆଉ ଏକ ସଫଳତା ପାଇଁ ଲରେନ୍ସ ମାଷ୍ଟର ଏବଂ ପି ବାସୁ ସାରଙ୍କୁ ଶୁଭେଚ୍ଛା।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button