ମନୋରଞ୍ଜନ

ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ

ମୁମ୍ବାଇ: ସଲ୍‌ମାନଙ୍କ ପରେ ଏବେ ଅଭିନେତ୍ରୀ କ୍ୟାଟ୍ରିନ୍‌ କୈଫ୍‌ ଓ ତାଙ୍କ ସ୍ବାମୀ ଭିକି କୌଶଲଙ୍କୁ ହତ୍ୟା ଧମକ ମିଳିଛି। ଭିକି ଓ କ୍ୟାଟ୍‌ଙ୍କୁ ସୋସିଆଲ୍‌ ମିଡିଆରେ ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ ଏ ନେଇ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ରଜ୍‌ ପୁଲିସ୍‌ ଷ୍ଟେସନ୍‌କୁ ଆସିଥିଲେ।

ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇ ପୋଷ୍ଟ୍‌ କରିବା ସହ ମେସେଜ୍‌ ବି କରୁଛି। ସେ ଆହୁରି ବି ତାଙ୍କ ଅଭିଯୋଗରେ ଲେଖାଇଛନ୍ତି ଯେ ବ୍ୟକ୍ତି ଜଣକ କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଧମକ ଦେଉଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ରୀତିନୀତି ଅନୁଯାୟୀ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ ଭିକି ଓ କ୍ୟାଟ୍‌। ଦୁହିଁଙ୍କ ଧର୍ମ ଅଲଗା ହୋଇଥିବାରୁ ସେମାନେ ସ୍ବତନ୍ତ୍ର ବିବାହ ଅଧିନିୟମ, ୧୯୫୪ଅନୁଯାୟୀ ବିବାହ କରିଥିଲେ।

ତିନିଜଣ ସାକ୍ଷୀ ମୁମ୍ବାଇରେ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିଥିଲେ । ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହୋଇଥିଲା। କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଉତ୍ସବର ସୁରକ୍ଷା ଦାୟିତ୍ବ ନେଇଥିଲେ ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ଟିମ୍‌। ରାଜସ୍ଥାନର ସାୱାଇ ମାଧପୁର ଜିଲ୍ଲା ଚୌଥ୍‌ର ବାରୱାରାସ୍ଥିତ ହୋଟେଲ ସିକ୍ସ ସେନ୍ସ ରିସର୍ଟରେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button