ମନୋରଞ୍ଜନ

‘ତାରେ ଜମିନ୍ ପର’ର ରାଜନ ଏବେ ହୋଇଗଲେଣି ବଡ଼; କରି ସାରିଲେଣି ବିବାହ – bajravana

[ad_1]

ମୁମ୍ବାଇ:  ଚଳଚ୍ଚିତ୍ର ‘ତାରେ ଜମିନ୍ ପର’ ପ୍ରାୟ ୧୬  ବର୍ଷ ପୂର୍ବେ ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା। ଏଥିରେ ଆମୀର ଖାନ, ଦର୍ଶିଲ ସଫାରିଙ୍କ ସମେତ ଅନେକ ତାରକା ଥିଲେ। ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ କନ୍ଦାଇ ଦେଇଥିଲର ଏବଂ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇଥିଲା ଯେ କିପରି ବିଶେଷ ପିଲାମାନଙ୍କର ଯତ୍ନ ନିଆଯିବା ଉଚିତ୍। ଏହି ଚଳଚ୍ଚିତ୍ରରେ ଶିଶୁ କଳାକାର ତନୟ ଛେଡ଼‌ା ଦର୍ଶିଲଙ୍କ ସହ ରାଜନ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ୧୬ ବର୍ଷ ପରେ ସେ କେଉଁଠାରେ ଅଛନ୍ତି,  କିପରି ଦେଖାଯାଉଛନ୍ତି ଏବଂ କଣ କରୁଛନ୍ତି, ଆସନ୍ତୁ ଜାଣିବା।

ତନୟ ଛେଡ଼‌ା ୧୯୯୬ ମସିହା ଜୁନ୍‌ ୨୭ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ କେବଳ ମୁମ୍ବାଇରେ ରହୁଛନ୍ତି। ତାଙ୍କୁ ବର୍ତ୍ତମାନ ୨୭ ବର୍ଷ ହୋଇଛି। ତନୟ ୨୦୧୭ ମସିହାରେ ଆମେରିକାରୁ ଅଧ୍ୟୟନ ସମାପ୍ତ କରିଛନ୍ତି।
୨୦୧୧ ମସିହାରେ, ତନୟ ଏକ ଜର୍ମାନ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ଏହି ସିନେମାର ନାମ ଥିଲା ‘ହେକ୍ସ ଲିଲି-ଜର୍ଣ୍ଣି ଟୁ ମାଣ୍ଡୋଲାନ୍’।
ଏହା ବ୍ୟତୀତ ତନୟଙ୍କର  ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହୋଇଥିଲା ଯାହାର ନାମ ‘ଇରେସ୍‌ପନ୍ସବଲ୍‌’। ଏହି ଚଳଚ୍ଚିତ୍ର ୨୦୧୯ରେ ମୁକ୍ତିଲାଭ କରିଥିଲା ।

ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତନୟ ବର୍ତ୍ତମାନ ବିବାହିତ। ସେ ଚଳିତବର୍ଷ ଜୁନ୍ ୧୨ରେ ଜୁଭେକା ପଣ୍ଡାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜୁଭେକା ଜଣେ ବ୍ୟବସାୟୀ।
ତନୟ ଛେଡ଼‌ାଙ୍କୁ ପ୍ରଥମେ ୨୦୦୬ ମସିହାରେ ଚଳଚ୍ଚିତ୍ର ‘ଡନ୍’‌ରେ ଶାହାରୁଖ ଖାନଙ୍କ ସହ ଦେଖିବାକୁ ମିଳିଥିଲା। ତେବେ ଏକ ବର୍ଷ ପରେ ମୁକ୍ତିଲାଭ କରିଥିବା ‘ତାରେ ଜମିନ୍ ପର’ କରି ସେ ଲୋକପ୍ରିୟତା ହାସଲ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button