ଓଡିଶା

ଆଗାମୀ ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଏହି ୮ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଦିନ ବେଳା ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଧ୍ୟରାତିରେ କାଳ ବୈଶାଖୀ ତାର ତାଣ୍ଡବ ଆରମ୍ଭ କରି ଦେଉଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଏହି ୮ଟି ଜିଲ୍ଲାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର ସୂଚନା ଜାରି କରିଛି।

ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ନାୟଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଘରୁ ବହାରିବା ବିପଦପୂର୍ଣ୍ଣ । ତେଣୁ ଝଡ଼ବର୍ଷା ଓ କୁଆପଥର ମାଡ ସମୟରେ ଘରୁ ନବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।

ମଇ ୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଣିପାଗ ରହିବା ସହିତ ଆଗାମୀ ମଇ ୧୫ସୁଦ୍ଦା ମୌସୁମୀ କେରଳ ଛୁଇଁବ । ଜୁନ୍‌ ପ୍ରଥମ ସପ୍ତାହରେ ଓଡ଼ିଶା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଯାହାଫଳରେ ଓଡ଼ିଶା ବାସୀଙ୍କୁ ଖରା ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାୟଗଡ଼ାରେ ୩ମିଲିମିଟର, ନବରଙ୍ଗପୁରରେ ୩ମିଲିମିଟର, ଗଜପତିରେ ୨ମିଲିମିଟର,  ମାଲକାନଗିରି ୧ମିଲିମିଟର, ବଲାଙ୍ଗୀରରେ ୧ମିଲିମିଟର ଓ ବରଗଡ଼ରେ ୧ମିଲିମିଟର ବର୍ଷା ହୋଇପାରେ ବୋଲି ରେକର୍ଡ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button